ଆଜି ମିଥୁନ, କର୍କଟ ଓ ସିଂହ ରାଶିର ଲୋକେ ରୁହନ୍ତୁ ଅଧିକ ସତର୍କ; ଜାଣନ୍ତୁ ଦୈନିକ ରାଶିଫଳ

ମେଷ: ଆଜି ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ନିଜ ସୁଖ, ସୁବିଧାର କିଛି ବସ୍ତୁ କିଣିବା ପାଇଁ ଆପଣ ବହୁତ ଟଙ୍କା ଖର୍ଚ୍ଚ କରିବେ। କୌଣସି ଲେଣଦେଣ ମାମଲାରେ ଆପଣ ନିଜର ଆଖି ଓ କାନ ଖୋଲା ରଖନ୍ତୁ, ନଚେତ୍ କେହି ଆପଣଙ୍କୁ ଠକିପାରେ।

ବୃଷ: ଆଜିର ଦିନ କଷ୍ଟକର ରହିବ। ଆଜି ଆପଣଙ୍କ ସାଥୀ କିଛି କଥାକୁ ନେଇ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି। ଆପଣଙ୍କୁ ପିତାମାତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିବ। ଆପଣ କୌଣସି ନୂଆ ଯୋଜନାରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ନିଜର ଭାଇମାନଙ୍କ ସହିତ କଥା ଅବଶ୍ୟ ହୁଅନ୍ତୁ।

ମିଥୁନ: ଆଜି ଆପଣଙ୍କ ସ୍ୱଭାବରେ ଚିଡ଼ଚିଡ଼ାପଣ ଦେଖାଯିବ, ଯାହାକୁ ନେଇ ପରିବାର ସଦସ୍ୟମାନେ ମଧ୍ୟ ଚିନ୍ତିତ ରହିବେ। ଆପଣଙ୍କୁ କୌଣସି ଯୁକ୍ତିତର୍କଠାରୁ ଦୂରେଇ ରହିବାକୁ ପଡ଼ିବ। ପ୍ରତିକୂଳ ପରିସ୍ଥିତିରେ ବି ଧୌର୍ଯ୍ୟ ବଜାର ରଖନ୍ତୁ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଟିକିଏ ଦୁର୍ବଳ ହେବ।

କର୍କଟ: ଆଜି ଦିନଟି ଆପଣ ପାଇଁ ସତର୍କ ଏବଂ ସଚେତନ ରହିବାର ଦିନ ହେବ। ଯଦି ଆପଣ କୌଣସି ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ପାଇଁ ଚିନ୍ତିତ ଅଛନ୍ତି, ତା’ ହେଲେ ଏ ବାବଦରେ ବରିଷ୍ଠ ସଦସ୍ୟଙ୍କ ସହ କଥା ହୋଇପାରିବେ। ନିଜର ଖାଦ୍ୟପେୟରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ଆଜି ଆପଣ ହଠାତ୍ କେଉଁଠାକୁ ଯାତ୍ରା କରିପାରନ୍ତି।

ସିଂହ: ଆଜି ଆପଣଙ୍କ ପାଇଁ ମିଶ୍ରିତ ରୂପେ ଫଳଦାୟକ ରହିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିରୁ ଆପଣ ବାହାରିବାରେ ସଫଳ ରହିବେ। ଆପଣଙ୍କର କିଛି ବିରୋଧୀ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବେ, ଯେଉଁମାନଙ୍କଠାରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।

କନ୍ୟା: କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କର୍ମକ୍ଷେତ୍ରରେ ଆପଣଙ୍କର ବହୁତ କାମ ଆସିପାରେ, କିନ୍ତୁ ଆପଣ ନିଜ ଦାୟିତ୍ୱକୁ ଠିକ୍‌ ସମୟରେ ପୂରଣ କରି ପାରିବେ। ଆଜି ଆପଣ ନିଜର କେହି ପ୍ରିୟଜନଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି।

ତୁଳା: ଆଜି ଆପଣଙ୍କ ଖର୍ଚ୍ଚ ବଢ଼ିପାରେ। କିନ୍ତୁ ଆପଣଙ୍କୁ କାହାଠାରୁ ଉଧାର ନେବାଠୁ ଦୂରେଇ ରହିବାକୁ ପଡ଼ିବ। ଆପଣଙ୍କ ବ୍ୟବସାୟର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବା ଦ୍ୱାରା ଆପଣ ଖୁସି ରହିବେ। ପରିବାରର ଜଣେ ସଦସ୍ୟ ହଠାତ୍ ଅସୁସ୍ଥ ହେବା କାରଣରୁ ଆପଣ ବ୍ୟସ୍ତ ରହିବେ।

ବିଛା: ନିଜ ମା’ଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହିବେ। ବ୍ୟବସାୟରେ ମନ ମୁତାବକ ଲାଭ ନ ମିଳିବା କାରଣରୁ ଆପଣଙ୍କ ମନ ସାମାନ୍ୟ ଚିନ୍ତିତ ରହିବ। ତଥାପି ଆପଣ ନିଜର ଦୈନିକ ଖର୍ଚ୍ଚ ସହଜରେ ଉଠାଇ ପାରିବେ। ବିଦ୍ୟାର୍ଥୀମାନେ ଯଦି କୌଣସି ପ୍ରତିଯୋଗିତାରେ ଭାଗ ନେଇଥିଲେ, ତ ଏହାର ଫଳାଫଳ ଆସିପାରେ।

ଧନୁ: ଆଜି ଆପଣଙ୍କୁ ମନରେ ନକାରାତ୍ମକ ଚିନ୍ତାଧାରା ଆଣିବାଠାରୁ ଦୂରେଇ ରହିବାକୁ ହେବ। ଆପଣ ପରୋପକାର କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରିବେ। ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାରେ ଆସୁଥିବା ସମସ୍ୟାଗୁଡ଼ିକ ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେବାକୁ ପଡିବ। ଆଜି ନିଜ ସାଥୀଙ୍କ ସହିତ କୌଣସି କାରଣକୁ ନେଇ ଯୁକ୍ତିତର୍କ ଲାଗିପାରେ।

ମକର: ଦୀର୍ଘ ଦିନରୁ ଚାଲିଥିବା ସମସ୍ୟାରୁ ଆଜି ଆପଣ ମୁକ୍ତି ପାଇବେ। ଆପଣ ନିଜ ସାଙ୍ଗମାନଙ୍କ ସହିତ ମଉଜ ମସ୍ତିରେ କିଛି ସମୟ ବିତାଇବେ। ଆପଣଙ୍କ ପରିବାରର କେହି ଜଣେ ସଦସ୍ୟଙ୍କ ବିବାହ ପ୍ରସ୍ତାବକୁ ମୋହର ବାଜିବା ପରେ ଘରେ ହସଖୁସିର ପରିବେଶ ସୃଷ୍ଟି ହେବ। ଆପଣ ଆଜି ଛୋଟ ଯାତ୍ରାରେ ଯିବା ବିଷୟରେ ଭାବି ପାରନ୍ତି।

କୁମ୍ଭ: ବ୍ୟବସାୟ କରୁଥିବା ଲୋକ ଆଜି ଆଶା ଠାରୁ ଅଧିକ ଲାଭବାନ ହେବେ। ଯଦି ଆପଣ କର୍ମକ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ ହେଲେ ଏଥିରୁ ବହୁ ପରିମାଣରେ ଆରାମ ପାଇବେ। କିନ୍ତୁ ଆପଣ କୌଣସି ବ୍ୟକ୍ତିଙ୍କ କଥାରେ ଆସି ବାଦ ବିବାଦରେ ପଡ଼ନ୍ତୁ ନାହିଁ। ସନ୍ତାନର କ୍ୟାରିୟର ବିଷୟରେ ଯଦି କିଛି ଚିନ୍ତା ଥାଏ, ତା’ ହେଲେ ଏହା ଦୂର ହେବ।

ମୀନ: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଆଜି ଉତ୍‌ଥାନ ପତ୍ତନର ଦିନ ହେବ। ପରିବାର ସଦସ୍ୟଙ୍କ ସହ ବସି ପାରସ୍ପରିକ ବିବାଦ ବିଷୟରେ ଆଲୋଚନା କରିବାକୁ ହେବ। ଏଥି ସହିତ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ୍, ନଚେତ୍ ଏହା ଏକ ସମସ୍ୟା ହୋଇପାରେ। ଆପଣଙ୍କ ଭିତରେ ଅତିରିକ୍ତ ଏନର୍ଜି ରହିବା କାରଣରୁ ଆପଣ ନିଜ କାମ ଉପରେ ଫୋକସ୍‌ ବଜାୟ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.