Below header

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜିର ଦିନ କିପରି ରହିବ

ଆପଣ ଆଜି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସ୍ୱାସ୍ଥ୍ୟ ଠିକ୍‌ ରହିବ । ମନରୁ କରିଥିବା କାମ ପୂରା ହୋଇଯିବ । ନିଜ ଉପରେ ନିୟନ୍ତ୍ରଣ ରିଖିବା ଯୋଗୁ ଅନେକ ସମସ୍ୟାର ସମାଧାନ ହୋଇପାରେ । ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିପାରେ ।

ମେଷ :  ରୋଜଗାର କରିବା ପାଇଁ ନୂଆ ନୂଆ ରାସ୍ତା ମଳିଯିବ । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ । କିଛି କାମ ପାଇଁ ଖୁସି ରହିବେ । ଯେଉଁଥି ପାଇଁ ପିଲାମାନେ ଅତ୍ୟନ୍ତ ଖୁସି ରହିବେ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ, ଆଘାତ ହେବାର ସମ୍ଭାବନା ଅଛି ।  ଅଫିସ୍‌ରେ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ।

ବୃଷ : ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାର ଥିଲେ ସମାଧାନ ହୋଇଯିବ । କାର୍ଯ୍ୟକ୍ଷେତ୍ରରେ ସୁଖଦ ପରିବର୍ତ୍ତନ ଆସିପାରେ ।  ଘରକୁ ଅତିଥି ଆସିପାରନ୍ତି । ଲଭ୍‌ମେଣ୍ଟଙ୍କ ଠାରୁ ଉପହାର ମିଳିପାରେ । ପିଲାମାନଙ୍କ ପାଇଁ ମନ ଖୁସି ରହିବ । ଜୀବନ ସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି ।ଚିନ୍ତା କରିଥିବା କାମ ପୂରା ହୋଇଯିବ ।

ମିଥୁନ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ଆଜି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ନିଜ ଜିନିଷର ଧ୍ୟାନ ରହିଖିବେ, ନଚେତ ହଜିବାର ସମ୍ଭାବନା ରହିଛି । କିଛି କାମ ପାଇଁ ଅନେକ ସମ୍ମାନ ମଳିପାରେ । ଘର କାମ ପାଇଁ ଜୀବନସାଥୀଙ୍କ ସହଯୋଗ ମଳିପାରେ ।

କର୍କଟ : ସାଙ୍ଗଙ୍କ ସହ ଭଲ ସମୟ କଟିବ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଭଲ ରହିବ ।  ପିଲାମାନେ ମା’ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ସ୍ୱାସ୍ଥ୍ୟ ଠିକ୍‌ ରହିବ । ପୂର୍ବରୁ କରିଥିବା କାମର ଶୁଭ ଫଳ ମଳିବ । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିଛି ।

ସିଂହ : କିଛି ନୂଆ ସାଙ୍ଗ ହୋଇପାରନ୍ତି । କିଛି କାମ ପାଇଁ ଅନ୍ୟ ଜଣଙ୍କୁ ସାହାର୍ଯ୍ୟ କରିବେ । କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି । ଜୀବନ ସାଥୀ କୌଣସି କାମରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ଆର୍ଥିକ ସ୍ଥିତି ପାଇଁ ଚିନ୍ତିତ ରହିପାରନ୍ତି । ଆପଣ ଏକ ବଡ ନିଷ୍ପତ୍ତି ନେଇପାରନ୍ତି, ଯାହା ଆର୍ଥିକ ଲାଭର ଏକ ଉପାୟ ହୋଇପାରେ ।

କନ୍ୟା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ସମ୍ବନ୍ଧୀୟ ରୋଗ ଉତ୍ପନ୍ନ ହୋଇପାରେ । କିଛି କାମ ଯୋଗୁ ମାନ ସମ୍ମାନ ମିଳିପାରେ ।  ବିବାହିତ ଜୀବନରେ ଖୁସି ମଳିବ, ଜୀବନସାଥୀଙ୍କଠାରୁ ସମର୍ଥନ ମଧ୍ୟ ପାଇବେ ।  ଲଭ୍‌ମେଣ୍ଟଙ୍କ ପାଇଁ ସମୟ ଭଲରେ କଟିବ । ପାରିବାରିକ ଜୀବନ ଖୁସି ମିଳିପାରେ । ମନ ଖୁସି ରହିପାରେ । ଆଜି ଆପଣଙ୍କ ଦିନଟି ଠିକ୍‌ ଠାକ୍‌ ରହିବ ।

ତୁଳା : ଆଜି ଆପଣଙ୍କ ଦିନ ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି । ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି ।  ଆର୍ଥିକ ଯୋଜନାରେ ପରିବର୍ତ୍ତନ କରାଯାଇପାରେ ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋପାରିବ । ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଇପାରନ୍ତି ।

ବିଛା : ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ ।  ଦାମ୍ପତ୍ୟ ଜୀବନରେ ଖୁସି ମଳିବ । ଛାତ୍ରମାନଙ୍କ ମନ ପାଠପଢାରେ ଲାଗିନପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ ।  ଆର୍ଥିକ ଲାଭ ମିଳିପାରେ ।  ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାର ସହିତ ସୁଖଦ ସମୟ କାଟିବେ । କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି ।

ଧନୁ : ଆଜି ଆପଣ ବ୍ୟବସାୟରେ ସାଧାରଣ ଅପେକ୍ଷା ଭଲ ଲାଭ ପାଇବେ । ଆପଣ ସାଙ୍ଗମାନଙ୍କ ସହିତ ଯାତ୍ରା କରିବାକୁ ଯୋଜନା କରିପାରିବେ । ଲଭ୍‌ମେଣ୍ଟଙ୍କ ପାଇଁ ଦିନଟି ଶୁଭ ରହିଛି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଯୋଗୁ ଆପଣ ଖୁସି ରହିବେ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହେବ, ସମସ୍ତଙ୍କ ସହ ଖୁସିର ସମୟ କାଟିବେ । କୌଣସି ସମ୍ପର୍କ ମଧ୍ୟରେ ଚାଲିଥିବା ମତଭେଦ ଆଜି ଶେଷ ହେବ ।

ମକର : ଯଦି ଛାତ୍ରମାନେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି । କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି ।   ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ନଚେତ, କାହା ସହ ଝଗଡା ହୋଇପାରେ । ଆଜି ପରିବାର ସହିତ ସମୟ କାଟିବେ ।

କୁମ୍ଭ : ଯେଉଁଥିପାଇଁ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇନପାରେ । ପାରିବାରିକ ପରିବେଶ ଠିକ୍‌ ରହିବ । ଲଭ୍‌ମେଣ୍ଟଙ୍କର ପାରସ୍ପର ଉପରେ ବିଶ୍ୱାସ ଗଭୀର ହେବ । ଆଜି ଆପଣଙ୍କ ଦିନଟି ଅଳସୁଆରେ ପରିପୂର୍ଣ୍ଣ ହେବ ରହିପାରେ । କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟ କ୍ଷେତ୍ରରେ ଏକ ଅଘଟଣ ହୋଇପାରେ ।

ମୀନ : ଆର୍ଥିକ ସମସ୍ୟା ହୋଇପାରେ । ଆପଣ ପରିବାର ସଦସ୍ୟଙ୍କ ସହିତ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ ।  ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ହୋଇପାରେ । ଦାମ୍ପତ୍ୟ ଜୀବନରେ ଆଜି ସୁଖ ମିଳିପାରେ । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.