କମ୍ପିବ ଶ୍ରୀକ୍ଷେତ୍ର, ଆଜିଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାପର୍ପଣର ଆଦ୍ୟ ଉତ୍ସବ

ଆଜିଠୁ କମ୍ପିବ ଶ୍ରୀକ୍ଷେତ୍ର। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାପର୍ପଣର ଆଦ୍ୟ ଉତ୍ସବ। ଭବ୍ୟ ଲୋକାର୍ପଣ ସମାରୋହ ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜିଠାରୁ ପୂଜାବିଧି। ସଂଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ବାରା ବ୍ରାହ୍ମଣ ବରଣ କରାଯିବ। ସଂଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ।

ପୁରୀ (କେନ୍ୟୁଜ): ଆଜିଠୁ କମ୍ପିବ ଶ୍ରୀକ୍ଷେତ୍ର। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାପର୍ପଣର ଆଦ୍ୟ ଉତ୍ସବ। ଭବ୍ୟ ଲୋକାର୍ପଣ ସମାରୋହ ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜିଠାରୁ ପୂଜାବିଧି। ସଂଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ବାରା ବ୍ରାହ୍ମଣ ବରଣ କରାଯିବ। ସଂଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ।

୧୩ ତାରିଖରେ ଅଙ୍କୁର ପୂଜନ,୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ଵଜା ସ୍ଥାପନ ,ତୋରଣ ସ୍ଥାପନ କରାଯିବ। ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ ହେବ। ୧୬ରେ ଯଜ୍ଞ ବିଧି ଜାରି ରହିବ। ୧୭ ତାରିଖ୧ଟା୧୫ ରୁ ୧ଟା୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ। ସେହିଦିନ ଅପରାହ୍ନ ୩ ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋ ବ୍ୟବସ୍ଥା ହୋଇଛି। ପରିକ୍ରମା ମାର୍ଗରେ ପ୍ରଦର୍ଶିତ ହେବ ଲୋକକଳା। ପରିକ୍ରମା ଲୋକାର୍ପଣ ପୂର୍ବରୁ ନୂଆରୂପ ପାଇଛି ଶ୍ରୀକ୍ଷେତ୍ର। ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶର ମହମହ ବାସ୍ନା। ଜଗନ୍ନାଥମୟ ହୋଇ ଉଠିଛି ସାରା ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.