କୁହୁଡ଼ି ପାଇଁ ସତର୍କତା: ଗାଡ଼ି ଚଳାଇବା ସମୟରେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖନ୍ତୁ

କୁହୁଡି ସମୟରେ ଦୁର୍ଘଟଣା କମ୍ ପାଇଁ ପରାମର୍ଶ ଜାରି କଲା ପରିବହନ ବିଭାଗ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହେଉ ପଛେ ଗାଡ଼ି ଧୀରେ ଚଳାଇବାକୁ କୁହାଯାଇଛି । ଗାଡ଼ି ଗୁଡ଼ିକ ମଧ୍ୟରେ ଯଥେଷ୍ଟ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । କୁହୁଡ଼ିରେ ଗାଡ଼ି ଚଳାଇବା ବେଳେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖନ୍ତୁ । ଫଗ ଲ୍ୟାମ୍ପ ଲଗାଇବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଘନ କୁହୁଡ଼ି ହେଉଛି । ଏଥି ପାଇଁ ଅନେକ ସମୟରେ ସଡ଼କ ଦୁର୍ଘଟଣାର ଆଶଂକା ରହୁଛି । ଏହାକୁ ଏଡ଼ାଇବା ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହେଉ ପଛେ ଗାଡ଼ି ଧୀରେ ଚଳାଇବାକୁ କୁହାଯାଇଛି । ଗାଡ଼ି ଗୁଡ଼ିକ ମଧ୍ୟରେ ଯଥେଷ୍ଟ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । କୁହୁଡ଼ିରେ ଗାଡ଼ି ଚଳାଇବା ବେଳେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖନ୍ତୁ । ଫଗ ଲ୍ୟାମ୍ପ ଲଗାଇବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ ।

କୁହୁଡ଼ିରେ ଗାଡ଼ି ଚଳାଇବା ବେଳେ ସଡ଼କ ଚିହ୍ନ ତଥା ଅନ୍ୟ ସଡ଼କ ସଂକେତ ଉପରେ ନଜର ରଖନ୍ତୁ । ରାସ୍ତାର ମୋଡ଼ ଗୁଡ଼ିକରେ ସାବଧାନତା ଅବଲମ୍ବନ କରନ୍ତୁ । ସେହିପରି ମୋବାଇଲ, ଇୟରଫୋନ ବା କୌଣସି ଉଚ୍ଚ ସ୍ବରର ସଂଗୀତ ଠାରୁ ଦୂରେଇ ରହିବାକୁ କୁହାଯାଇଛି । ଯାହାଦ୍ବାରା କୁହୁଡ଼ିରେ ଗାଡ଼ି ଚଳାଇବା ବେଳେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିବ ।

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ। ନାଗରିକମାନଙ୍କୁ ଅନୁରୋଧ, ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ କରନ୍ତୁ ଓ ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ନିର୍ଦ୍ଧାରଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.