ସିମୁଳିଆ ବିଡ଼ିଓଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କ ନାଁରେ ଅଭିଯୋଗ ଆଣିଲେ ମୃତକଙ୍କ ବାପା

ସିମୁଳିଆ ବିଡ଼ିଓଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ। ବିଡ଼ିଓଙ୍କ ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ତାଙ୍କ ବାପା ନରେନ୍ଦ୍ର ମହାନ୍ତି । ଜିଲ୍ଲାପାଳ ଛୁଟି ଦେଉ ନଥିବା ଅଭିଯୋଗ କରିଛନ୍ତି ନରେନ୍ଦ୍ର ମହାନ୍ତି । ଅକ୍ଟୋବର ୨୨ ତାରିଖରେ କାର୍ଯ୍ୟରେ ଯୋଗଦେଇ ଘରକୁ ଥରେ ମାତ୍ର ଆସିଥିବା କହିଛନ୍ତି ।

ସିମୁଳିଆ (କେନ୍ୟୁଜ୍‌): ସିମୁଳିଆ ବିଡ଼ିଓଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ସରକାରୀ ବାସଭବନରେ ଆତ୍ମହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି । ସେପଟେ ବିଡ଼ିଓଙ୍କ ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ତାଙ୍କ ବାପା ନରେନ୍ଦ୍ର ମହାନ୍ତି । ଜିଲ୍ଲାପାଳ ଛୁଟି ଦେଉ ନଥିବା ଅଭିଯୋଗ କରିଛନ୍ତି ନରେନ୍ଦ୍ର ମହାନ୍ତି । ଅକ୍ଟୋବର ୨୨ ତାରିଖରେ କାର୍ଯ୍ୟରେ ଯୋଗଦେଇ ଘରକୁ ଥରେ ମାତ୍ର ଆସିଥିବା କହିଛନ୍ତି । କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିବା କହିଛନ୍ତି ମୃତ ବିଡ଼ିଓଙ୍କ ବାପା । ପତ୍ନୀ ନିବେଦିତା ରାଉତ କହିଛନ୍ତି, ଆତ୍ମହତ୍ୟା ନେଇ ସନ୍ଦେହ ହଉଛି । ତଦନ୍ତ ହେଲେ ସତ୍ୟ ସାମ୍ନାକୁ ଆସିବ । ପୁଅ ଜିତ କହିଛନ୍ତି ଦୁଇ ଦିନ ତଳେ ବାପାଙ୍କ ସହ କଥା ହୋଇଥିଲି । ସବୁ ଠିକ୍ ଥିଲା । ବେଳେ ବେଳେ କାମ ଷ୍ଟ୍ରେସ୍ ଥିବା ବାପା କୁହନ୍ତି ।

ଏପଟେ ବିଡିଓ ବିଶ୍ବରଞ୍ଜନଙ୍କ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ । ସେ କେବେ ଛୁଟି ମାଗିନାହାଁନ୍ତି, କାମ ଚାପ ଅଭିଯୋଗର ଆମେ ତଦନ୍ତ କରିବୁ । ସରକାରୀ ବାସଭବନରେ ବିଡିଓଙ୍କ ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ମିଳିଥିିଲା । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି? ଏ ସମସ୍ତ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିମୁଳିଆ ପୋଲିସ ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚାଲିଛି । ମୃତଦେହ ବ୍ୟବଛେଦ ରିପୋର୍ଟ ଓ ମୋବାଇଲ କଲ ଡିଟେଲସ ରିପୋରଟକୁ ମଧ୍ୟ ଯାଞ୍ଚ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.