ଆଜିର ଭାଗ୍ୟଫଳ: ଏହି ରାଶିର ଲୋକେ ବିବାଦଠାରୁ ଦୂରେଇ ରୁହନ୍ତୁ

ସଂଯତ ରୁହନ୍ତୁ। କ୍ରୋଧ ଏବଂ ବିବାଦଠାରୁ ଦୂରେଇ ରୁହନ୍ତୁ। ମା’, ବାପାଙ୍କ ସହଯୋଗ ମିଳିବ। ସାଙ୍ଗମାନେ ସାହାଯ୍ୟ କରିବେ। ଚାକିରିର ମାର୍ଗ ପ୍ରଶସ୍ତ ହେବ। ଆୟ ବୃଦ୍ଧି ପାଇବ। ମନରେ ଉତ୍ସାହ ବଢ଼ିବ। ଭାଇ, ଭଉଣୀଙ୍କ ସହଯୋଗ ଲୋଡ଼ିବେ।

ମେଷ: ସଂଯତ ରୁହନ୍ତୁ। କ୍ରୋଧ ଏବଂ ବିବାଦଠାରୁ ଦୂରେଇ ରୁହନ୍ତୁ। ମା’, ବାପାଙ୍କ ସାଥ୍‌ ମିଳିବ। ସାଙ୍ଗମାନଙ୍କ ସହଯୋଗ ମିଳିବ।

ବୃଷ: ଚାକିରିର ମାର୍ଗ ପ୍ରଶସ୍ତ ହେବ। ଆୟ ବୃଦ୍ଧି ହେବ। ମନରେ ଉତ୍ସାହ ବଢ଼ିବ। ଭାଇ, ଭଉଣୀଙ୍କ ସହଯୋଗ ଆବଶ୍ୟକ କରିବେ।

ମିଥୁନ: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ସଞ୍ଚିତ ଧନ ଖର୍ଚ୍ଚ ହୋଇପାରେ।

କର୍କଟ: ବାଣୀରେ ମଧୁରତା ରହିବ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ। ଲାଭ ବୃଦ୍ଧି ପାଇବ।

ସିଂହ: ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଚାକିରିରେ ଯୁବକମାନଙ୍କୁ ଅବସର ମିଳିପାରେ। ବସ୍ତ୍ର ଉପହାର ପ୍ରାପ୍ତ ହୋଇପାରେ।

କନ୍ୟା: ଧୌର୍ଯ୍ୟ କମି ପାରେ। ପରିବାରର ସହଯୋଗ ପାଇବେ। ଯାତ୍ରା ଖର୍ଚ୍ଚ ବଢ଼ିପାରେ। ବାଦ ବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ତୁଳା: ମାନସିକ ଶାନ୍ତି ରହିବ। ଆୟ କମିବ ଏବଂ ଖର୍ଚ୍ଚ ବଢ଼ିବ। ମିତ୍ରଙ୍କଠାରୁ ଧନ ପ୍ରାପ୍ତି ହୋଇପାରେ। ମାନ ସମ୍ମାନ ବଢ଼ିବ। ଭବନ ସୁଖ ବଢ଼ିବ।

ବିଛା: କୌଣସି ପୁରୁଣା ସାଙ୍ଗ ଆପଣଙ୍କୁ ଭେଟି ପାରନ୍ତି। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସଞ୍ଚିତ ଧନ ବଢ଼ିବ। ଅଧ୍ୟୟନ ପ୍ରତି ରୁଚି ବଢ଼ିପାରେ।

ଧନୁ: ପଠନ ପ୍ରତି ଆକୃଷ୍ଟ ହେବେ। ବୌଦ୍ଧିକ କାର୍ଯ୍ୟରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଖର୍ଚ୍ଚ କମିବ। ଆଳସ୍ୟ ଅଧିକ ରହିବ।

ମକର: ପରିବାର ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ। ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ସାଙ୍ଗମାନଙ୍କ ସହଯୋଗ ପାଇବେ।

କୁମ୍ଭ: ମାନସିକ ଶାନ୍ତି ବଜାୟ ରଖନ୍ତୁ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ମିତ୍ରଙ୍କ ସହଯୋଗ ମିଳି ପାରେ। ଘରେ ଧାର୍ମିକ କାର୍ଯ୍ୟ ହେବ।

ମୀନ: ଅଫିସ୍‌ରେ ଅତିରିକ୍ତ ଦାୟିତ୍ୱ ମିଳିପାରେ। ସଂଯତ ରୁହନ୍ତୁ। ପରିଶ୍ରମ ଅଧିକ କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ସନ୍ତାନ ସୁଖ ବଢ଼ିବ।

Leave A Reply

Your email address will not be published.