ଆଜି ଆପଣଙ୍କ ରାଶିରେ କ’ଣ ଅଛି ! ପଢ଼ନ୍ତୁ ଭାଗ୍ୟଫଳ

ମେଷ : ଦିନଟି ଶୁଭଫଳ ପ୍ରଦାନ କରିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।

ବୃଷ : ମାନସିକ ଶାନ୍ତି ଲାଭ କରିବେ। ଗୁରୁଜନମାନଙ୍କ ଆଶୀର୍ବାଦ ଲାଭ ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ନକାରାତ୍ମକ ବିଚାର ମନକୁ ଆସିବାକୁ ଦିଅନ୍ତୁ ନାହିଁ। ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।

ମିଥୁନ : ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିବେ। ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ପରିବାରରେ ଭାଇଭଉଣୀ ମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

କର୍କଟ: ପାରିବାରିକ ଓ ଗୃହସ୍ଥ ଜୀବନ ସୁଖମୟ ହେବ । ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ନିଜର ଲୋକ କେହି ଜଣେ ଶତୃତା କରିପାରେ । ଜଗି ରଖି ଚଳନ୍ତୁ । ସାମାନ୍ୟ ଜ୍ୱରପୀଡାର ଆଶଙ୍କା ଏଡାଇ ଦିଆଯାଇ ନ ପାରେ ।

ସିଂହ: ପ୍ରତ୍ୟେକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି କରିବା ସହିତ ଅଶାନୁରୂପ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ।

କନ୍ୟା: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବିଭିନ୍ନ ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବହୁ ଦିନର ଆଶା ଓ ଅଭିଳାଷ ପୂରଣ ହେବ।

ତୁଳା : ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ । ଗୁପ୍ତ ଶତ୍ରୁଙ୍କ କାରଣରୁ କାର୍ଯ୍ୟରୁ ନିଲମ୍ବିତ ହେବ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଆୟ ବୃଦ୍ଧି ଘଟିବ, ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ ।

ବିଛା: ଆଜି ଆକସ୍ମିକ ଭାବେ ଧନ ଲାଭ କରିବେ । ଦେହ ମନ ସୁସ୍ଥ ରହିବ । କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହେବେ। ମହିଳାମାନେ ଆଜି ଜଗିରଖି ଚଳନ୍ତୁ, ଦାମ୍ପତ୍ୟ ଜୀବନରେ ମନାନ୍ତର, ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ ।

ଧନୁ : ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବେ। ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପିଲାମାନଙ୍କ ଉନ୍ନତି ପାଇଁ ବ୍ୟସ୍ତ ବିବ୍ରତ ହେବେ।। ରାଜନୀତି କ୍ଷେତ୍ରରେ ଥିଲେ ନିଜର ଦକ୍ଷତା ଓ ଯୋଗ୍ୟତାକୁ ନେଇ ଜନସମର୍ଥନ ହାସଲ କରିବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ମାନସିକ ଶାନ୍ତି ପାଇବେ । ସହଭାଗିତାରେ କୌଣସି ଏକ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଫଳରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଉତ୍ସାହିତ ହୋଇପାରନ୍ତି ।

କୁମ୍ଭ : ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ ।

ମୀନ: କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବା ସହ ଯେକୌଣସି ଇଚ୍ଛା ପୂରଣ ହୋଇପାରିବ । ନିଜଲୋକ ସାହାଯ୍ୟ କରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରଶଂସିତ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.