Below header

ରାଶିଫଳ : ଜାଣନ୍ତୁ ଆଜିର ଏହି ଦିନ କେଉଁ ଲୋକଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣିବ

ବହୁତ ଜରୁରୀ ଥିଲେ ଯାତ୍ରା କରନ୍ତୁ, ନଚେତ୍‌ ଯାତ୍ରା ନ କରିବା ଭଲ। କୌଣସି ସାଙ୍ଗ ସହ ପାର୍ଟି କରିବା ପାଇଁ ଇଚ୍ଛା କରିବେ । ଅଫିସ୍‌ରେ କାମକୁ ନେଇ ବସ୍‌ ଆପଣଙ୍କର ପ୍ରଶଂସା କରିବେ ।

ମେଷ: ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । କିଛି ନୂଆ କାମ ପାଇଁ ଯୋଜନା କରିବେ । ଚାକିରିରେ ପଦୋନ୍ନତି ମିଳିବ । ପିଲାମାନଙ୍କ ଠାରୁ ଖୁସି ମିଳିବ । ଅଫିସ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ ।

ବୃଷ: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ସାଙ୍ଗ ଠାରୁ ସହାୟତା ମିଳିବ ।

ମିଥୁନ: ଆପଣଙ୍କୁ ଆଜି କାହା ଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହାଦ୍ୱାରା ଆପଣ ଲାଭବାନ ହେବେ । ବେପାରରେ ଅର୍ଥ ଲାଭ ହେବ, ଯେଉଁଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ । ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହିପରି ଆପଣଙ୍କ ଦିନଟି ଭଲରେ କଟିବ ।

କର୍କଟ: ଆଜି ଆପଣଙ୍କୁ ପରିବାରର ସେହ୍ନ ଓ ସହଯୋଗ ମିଳିବ । ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ । ଜୀବନସାଥିଙ୍କ ସହ ତାଳମେଳ ରହିବ । ଲଭ୍‌ମେଣ୍ଟ୍‌ଙ୍କୁ ହଠାତ୍‌ ଉପହାର ମିଳିବ ।

ସିଂହ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । ଘରେ ପୂଜାପର୍ବ ଆୟୋଜନ ପାଇଁ ଇଚ୍ଛା କରିବେ । କିଛି ଲୋକଙ୍କ ଖରାପ ବ୍ୟବହାର ଯୋଗୁ ଆପଣଙ୍କ ମନ ଦୁଃଖ ରହିବ, ହେଲେ ଶୀଘ୍ର ସବୁ ଠିକ୍‌ ହୋଇଯିବ । କୌଣସି କାମରେ ଜୀବନସାଥି ସାହାଯ୍ୟ କରିବେ ।

କନ୍ୟା: ମହିଳାମାନେଙ୍କୁ ନିଜ ଜିନିଷର ଧ୍ୟାନ ରଖିବାକୁ ପଡିବ ନଚେତ୍‌ ହଜିବାର ସମ୍ଭାବନା ରହିଛି । ଆଜି ଆପଣଙ୍କ ଦିନ ବହୁତ ଖାସ୍‌ ରହିବ । ବେପାରକୁ ଆଗକୁ ନେବା ପାଇଁ କିଛି ନୂଆ ଉପାୟ ଚିନ୍ତା କରିବେ । କୌଣସି କାର୍ଯ୍ୟରେ ମିତ୍ରଙ୍କ ଉପଦେଶ ଯୋଗୁ ଲାଭବାନ ହେବେ । ପିଲାଙ୍କ ପାଇଁ କିଛି ଖୁସି ଖବର ମିଳିବ । ବହୁତ ଦିନରୁ ହେଉଥିବା ସମସ୍ୟାର ସମାଧାନ ହୋଇଯିବ ।

ତୁଳା: କାହାସହ କଥା ହେବା ସମୟରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିବେ । ଆପଣ ଅନ୍ୟ କାହା ଉପରେ ନିଜର ପ୍ରଭାବ ପକାଇବା ପାଇଁ ପ୍ରୟାସ କରିବେ । ନିଜ ଆଖପାଖର ଲୋକେ କୌଣସି କାର୍ଯ୍ୟରେ ବିରୋଧ କରିବେ । ଲୋକମାନେ ଆପଣଙ୍କ କଥାରେ ପ୍ରଭାବିତ ହେବେ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ପିଲାମାନେ ପଢାପଢିରେ ମନ ଦେବେ ।

ବିଛା: ଏହି ରାଶିର ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ବହୁତ ଜରୁରୀ ଥିଲେ ଯାତ୍ରା କରନ୍ତୁ, ନଚେତ୍‌ ଯାତ୍ରା ନ କରିବା ଭଲ। କୌଣସି ସାଙ୍ଗ ସହ ପାର୍ଟି କରିବା ପାଇଁ ଇଚ୍ଛା କରିବେ । ଅଫିସ୍‌ରେ କାମକୁ ନେଇ ବସ୍‌ ଆପଣଙ୍କର ପ୍ରଶଂସା କରିବେ । ଜୀବନସାଥି ଆପଣଙ୍କ ବ୍ୟବହାର ଯୋଗୁ ଖୁସି ହେବେ । ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ ରହିବ ।

ଧନୁ: ବ୍ୟବସାୟରେ ହଠାତ୍‌ ଧନ ପ୍ରାପ୍ତି ହେବ । ଅଫିସ୍‌ରେ ସହକର୍ମୀ କାର୍ଯ୍ୟରେ ସାହାଯ୍ୟ କରିବେ । ପାରିବାରିକ ସମ୍ପର୍କରେ ନୂତନ ମୋଡ ଆସିବ । କିଛି ନୂଆ କାମ କରିବା ପାଇଁ ଯୋଜନା କରିବେ । ଆୟରେ ବୃଦ୍ଧି ହେବ । ବାସନ ବିକ୍ରି କରୁଥିବା ଲୋକମାନଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି ।

ମକର: କୌଣସି ନୂଆ ବନ୍ଧୁ ହେବେ, ଯିଏ ଆଗାମୀ ସମୟରେ ସାହାଯ୍ୟ କରିବେ । ବ୍ୟବସାୟରେ ଯେକୌଣସି କାମ ହାତକୁ ନେବେ, ସେଥିରେ ସଫଳତା ମିଳିବ । ଅଫିସ୍‌ରେ ଅଧିକ ସମୟ ଦେବା ଯୋଗୁ ଅଟକିଥିବା କାମ ପୂରା ହେବ । କୌଣସି ପ୍ରକାରର ବିବାଦରୁ ବଞ୍ଚିବା ପାଇଁ ଚେଷ୍ଟା କରିବେ । ମନରେ ନୂଆ ନୂଆ ବିଚାର ଆସିବ ।

କୁମ୍ଭ: ଆଜିର ଦିନଟି ଭଲ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣବାର ଭାବିବା ଉଚିତ୍‌ ହେବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । ବେପାରୀମାନେ ବେପାର ବଢାଇବା ପାଇଁ ନୂଆ ରାସ୍ତା ଦେଖିବେ ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ।

ମୀନ: ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.