Below header

ବିଶ୍ବକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ: ୧୬୦ ରନରେ ହାରିଲା ଡଚ୍‌ ଟିମ, ୯ରୁ ୯ ଜିତି ଭାରତର ରେକର୍ଡ

୯ରୁ ୯ ଜିତି ଭାରତର ରେକର୍ଡ। ବିଶ୍ବକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ନକ୍ ଆଉଟ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ହରାଇଥିଲା ଟିମ୍ ଇଣ୍ଡିଆ । ଏଥିସହ ଲିଗ୍ ପର୍ଯ୍ୟାୟର ସମସ୍ତ ୯ଟି ମ୍ୟାଚ୍ ଜିତିଛି ।

୯ରୁ ୯ ଜିତି ଭାରତର ରେକର୍ଡ। ବିଶ୍ବକପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ନକ୍ ଆଉଟ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ହରାଇଥିଲା ଟିମ୍ ଇଣ୍ଡିଆ । ଏଥିସହ ଲିଗ୍ ପର୍ଯ୍ୟାୟର ସମସ୍ତ ୯ଟି ମ୍ୟାଚ୍ ଜିତିଛି । ଚଳିତ ବିଶ୍ବକପ ଲିଗ୍ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍ ହାରି ନଥିବା ଏକମାତ୍ର ଦଳ ହୋଇଛି ଭାରତ । ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ବଳରେ ବୃହତ ବିଜୟ ହାସଲ କରିଥିଲା । ଶ୍ରେୟସ ଆୟାର ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ଧୂଆଁଧାର ସେଞ୍ଚୁରୀ ବଳରେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଭାରତ ବିଶାଳ ୪୧୦ ରନ୍ କରିଥିଲା । ୬୨ ବଲରେ ଶତକ କରିଥିଲେ ଲୋକେଶ ରାହୁଲ ।

ସେହିଭଳି ୮୪ ବଲରେ ଶତକ ହାସଲ କରିଥିଲେ ଶ୍ରେୟସ ଆୟାର । ସେ ୧୨୮ ରନ୍ କରି ଅପରାଜିତ ରହିଥିଲେ। ବିଶ୍ବକପରେ ଶ୍ରେୟସଙ୍କର ଏହା ପ୍ରଥମ ଓ ଦିନିକିଆରେ ଚତୁର୍ଥ ଶତକ । ସେହିପରି ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । ଭାରତ ଶେଷ ୧୦ ଓଭରରେ ୧୨୬ ରନ୍ କରିଥିଲା। ସେଥିରୁ ଶେଷ ୫ ଓଭରରେ କରିଥିଲା ୭୩ ରନ୍। ଜବାବରେ ନେଦରଲ୍ୟାଣ୍ଡସ୍ ମାତ୍ର ୨୫୦ ରନରେ ଅଲଆଉଟ୍ ହୋଇଥିଲା । ବିଶ୍ବକପରେ ଲଗାତାର ୯ଟି ମ୍ୟାଚ୍ ଜିତାଇଥିବା ପ୍ରଥମ ଭାରତୀୟ କ୍ୟାପଟେନ୍ ହୋଇଛନ୍ତି ରୋହିତ ଶର୍ମା ।

ପୂର୍ବରୁ ୨୦୦୩ ୱାର୍ଲଡ କପରେ ସୌରଭ ଗାଙ୍ଗୁଲି ଲଗାତାର ୮ଟି ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲେ । ୧୫ ତାରିଖରେ ମୁମ୍ବାଇ ୱାଙ୍ଖଡେରେ ନ୍ୟୁଜିଲାଣ୍ଡ ସହ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବ ଭାରତ । ଗୁରୁବାର କୋଲକାତାରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁକାବିଲା ହେବ । ଆସନ୍ତା ୧୯ ତାରିଖରେ ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.