ଆଜି ଶନିବାର ରାଶି ଅନୁସାରେ କାମ କରନ୍ତୁ, ପଢ଼ନ୍ତୁ ଭାଗ୍ୟଫଳ

ମେଷ : ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

ବୃଷ : ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମିଥୁନ : ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

କର୍କଟ : ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ସିଂହ: ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ।ଅର୍ଥ ଉପାର୍ଜନ ଲାଗି ନୂଆ ସୁଯୋଗ ମିଳିବ। ପରିବାରରେ ଖୁସି ଦେଖାଯିବ।

କନ୍ୟା : ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ମହିଳାମାନେ ଆଗକୁ ବଢ଼ିବେ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ତୁଳା : ନୂତନ ସ୍ଥାନରେ ବ୍ୟବସାୟ ପାଇଁ ସୁଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଭେଟ ହେବ। ସମାଜରେ ମାନ ସମ୍ମାନ ପାଇବେ।

ବିଛା : ମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଆଜି ଯାହା ବି କାମ କରିବେ, ସଫଳତା ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ।

ଧନୁ : ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟତମ ଖୁସି ରହିବେ। ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ପାଇବ। ଆପଣଙ୍କ କ୍ୟାରିୟର ପ୍ରସଙ୍ଗରେ ସବୁକିଛି ଭଲ ହେବ।

ମକର : ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତ ହେବା ମଉକା ପାଇପାରିବେ।

କୁମ୍ଭ : ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମୀନ : ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ମହିଳାମାନେ ଆଗକୁ ବଢ଼ିବେ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ। ଯାହା ବି କାମ କରିବେ, ବଡ଼ଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.