ଭାଗ୍ୟଫଳ: ଜାଣନ୍ତୁ ଆଜି କେଉଁ ରାଶିଙ୍କର କିପରି କଟିବ ଦିନ

ସାମାଜିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଭଲ। ଆପଣଙ୍କର ଅଟକିଥିବା କାମ ପୂରା ହେବ, ଯାହାକୁ ନେଇ ଆପଣ ଖୁସି ହେବେ। କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ। ପରିବାରରେ ହସଖୁସି ବଢ଼ିବ।

ମେଷ: ସାମାଜିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଆଜି ଦିନଟି ଭଲ। ଆପଣଙ୍କର ଅଟକିଥିବା କାମ ପୂରା ହେବ, ଯାହାକୁ ନେଇ ଆପଣ ଖୁସି ହେବେ।

ବୃଷ: ଭାଗ୍ୟ ଦୃଷ୍ଟିକୋଣରୁ ଆଜିର ଦିନଟି ଭଲ ହେବାକୁ ଯାଉଛି। କୌଣସି ମାଙ୍ଗଳିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ।

ମିଥୁନ: ବ୍ୟବସାୟରେ କାହା ଉପରେ ଆଖି ବୁଜି ଭରସା କରନ୍ତୁ ନାହିଁ। ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସ୍ପଷ୍ଟତା ବଜାୟ ରଖିବାକୁ ହେବ। ବସ୍ତୁ କିଣାକିଣିରେ ଧନ ବ୍ୟୟ କରିବେ।

କର୍କଟ: ବ୍ୟକ୍ତିଗତ ସମ୍ପର୍କରେ ମଧୁରତା ଆସିବ। ପରିବାରରେ ହସଖୁସି ବଢ଼ିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ଅତିଥି ଘରକୁ ଆସିବେ।

ସିଂହ: ବ୍ୟୟ ପାଇଁ ବଜେଟ୍‌ ପ୍ରସ୍ତୁତ କରି ଚାଲନ୍ତୁ। ଆପଣଙ୍କ ପାଇଁ ଦିନଟି ଗୁରୁତ୍ୱପୂର୍ଣ୍ଣ ରହିବ। ଲେଣଦେଣ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।

କନ୍ୟା: ଲେଣଦେଣ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟକ୍ତିଗତ ପ୍ରୟାସରେ ଆପଣ ଆଗକୁ ବଢ଼ିବେ। କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

ତୁଳା: ଆୟ ବଢ଼ିବା ଦ୍ୱାରା ମନ ପ୍ରସନ୍ନ ରହିବ। କିନ୍ତୁ ଆପଣ କାହାକୁ ଧନ ଉଧାର ଦିଅନ୍ତୁ ନାହିଁ। ରକ୍ତ ସମ୍ପର୍କରେ ଘନିଷ୍ଠତା ବଢ଼ିବ। ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ।

ବିଛା: ସାମାଜିକ ସମ୍ପର୍କ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କଠାରୁ ସାହାଯ୍ୟ ପାଇବେ। ମା’, ବାପାଙ୍କ ଆଶୀର୍ବାଦରୁ ଆପଣଙ୍କର ଅଟକିଥିବା କାମ ପୂରା ହେବ।

ଧନୁ: ଘରେ କୌଣସି ଅତିଥିଙ୍କ ଆଗମନ ହେବ, ଯଦ୍ଦ୍ଵାରା ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଆପଣଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ, ଯଦ୍ଦ୍ଵାରା ମନ ଖୁସି ହୋଇଯିବ।

ମକର: ରଚନାତ୍ମକ କାର୍ଯ୍ୟରେ ଯୋଡ଼ି ହେବେ। ମାଙ୍ଗଳିକ ଉତ୍ସବରେ ସାମିଲ ହେବେ। ମା’, ବାପାଙ୍କ ଆଶୀର୍ବାଦରୁ ଅଟକିଥିବା କାମ ପୂରା ହେବ। ସାହସ, ପରାକ୍ରମରେ ଆଗକୁ ବଢ଼ିବେ।

କୁମ୍ଭ: ବ୍ୟବସାୟିକ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ। ଖର୍ଚ୍ଚ ବଢ଼ିବା ଦ୍ୱାରା ସାମାନ୍ୟ ଚିନ୍ତିତ ରହିବେ। ପରିବାର ସଦସ୍ୟଙ୍କୁ ଖୁସି ରଖିବାରେ ସଫଳ ହେବେ।

ମୀନ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଆୟ ବଢ଼ିପାରେ। କ୍ୟାରିୟର ମାମଲାରେ ଉତ୍ତମ ଅବସର ପ୍ରାପ୍ତ ହୋଇପାରେ। ଆପଣ ନିଜ ବହୁମୁଖୀ ପ୍ରତିଭାକୁ ପ୍ରଦର୍ଶନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.