Below header

ଅତ୍ୟନ୍ତ ଭୀଷଣ ବାତ୍ୟାର ରୁପନେବ ‘ତେଜ୍’

୨୪ ତାରିଖ ବେଳକୁ ଓମାନ ଓ ୟେମେନ ତଟ ନିକଟବର୍ତ୍ତୀ ହେବା ସହ ୨୫ ସକାଳ ବେଳକୁ ସଲାହ ଓ ଅଲ୍ ଘାଇଦା ନିକଟରେ ସ୍ଥଳ ଭାଗ ଛୁଇଁପାରେ । ଭାରତ ଉପକୂଳରେ ତେଜ୍ ପ୍ରଭାବ ପକାଇବ ନାହିଁ ।

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପନେବା ସମ୍ଭାବନା । ଆଜି ମଧ୍ୟାହ୍ନ ଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୂହାଁ ହେବା ସମ୍ଭାବନା । ଏପଟେ ଆରବ ସାଗରରେ ଅତିଭୀଷଣ ବାତ୍ୟାରେ ପରିଣତ ହେଲା ତେଜ୍ ।

ଆଜି ପୂର୍ବାହ୍ନ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୁପନେବା ସମ୍ଭାବନା । ବାତ୍ୟା ‘ତେଜ୍ ‘ ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ଅତିକ୍ରମ କରିବ । ୨୪ ତାରିଖ ବେଳକୁ ଓମାନ ଓ ୟେମେନ ତଟ ନିକଟବର୍ତ୍ତୀ ହେବା ସହ ୨୫ ସକାଳ ବେଳକୁ ସଲାହ ଓ ଅଲ୍ ଘାଇଦା ନିକଟରେ ସ୍ଥଳ ଭାଗ ଛୁଇଁପାରେ । ଭାରତ ଉପକୂଳରେ ତେଜ୍ ପ୍ରଭାବ ପକାଇବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.