ସକାଳୁ ସକାଳୁ ଧୂଳି ଓ ଧୂଆଁରେ ଆଛାଦିତ ଦିଲ୍ଲୀ, ଏୟାର କ୍ବାଲିଟି ଇଣ୍ଡେକ୍ସ ରହିଛି ୨୪୮
ଶୀତ ଆରମ୍ଭ ନହେଉଣୁ ବିଷ ପାଲଟିଲାଣି ଦିଲ୍ଲୀର ପବନ। ପ୍ରଦୂଷଣ ମାତ୍ରା କମାଇବାକୁ କେନ୍ଦ୍ରର ଷ୍ଟେଜ -୨ ଆଣ୍ଟି ପଲୁସନ ପ୍ଲାନ। ପାର୍କିଂ ଫି ବଢ଼ାଇବାକୁ ଦିଲ୍ଲୀ ଏନସିଆର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଏୟାର କ୍ବାଲିଟି ପ୍ୟାନେଲ ।
କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ। ଶନିବାର ଦିଲ୍ଲୀର ୨୪ ଘଣ୍ଟିଆ ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ୨୪୮ ରହିଛି। କୁହୁଡ଼ିଆ ଦେଖାଯାଉଛି ଦିଲ୍ଲୀର ବାୟୁମଣ୍ଡଳ। ସକାଳୁ ସକାଳୁ ଧୂଳି ଓ ଧୂଆଁରେ ଆଛାଦିତ ହୋଇ ରହୁଛି। ଶୀତ ଆରମ୍ଭ ନହେଉଣୁ ବିଷ ପାଲଟିଲାଣି ଦିଲ୍ଲୀର ପବନ।
ପ୍ରଦୂଷଣ ମାତ୍ରା କମାଇବାକୁ କେନ୍ଦ୍ରର ଷ୍ଟେଜ -୨ ଆଣ୍ଟି ପଲୁସନ ପ୍ଲାନ। ପାର୍କିଂ ଫି ବଢ଼ାଇବାକୁ ଦିଲ୍ଲୀ ଏନସିଆର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଏୟାର କ୍ବାଲିଟି ପ୍ୟାନେଲ । ଲୋକଙ୍କୁ ନିଜ ଗାଡ଼ି ବ୍ୟବହାର କରିବା ପାଇଁ ନିରୁତ୍ସାହିତ କରିବା ଏବଂ ସିଏନଜି ବା ବିଦ୍ୟୁଚ ଚାଳିତ ବସ ଏବଂ ମେଟ୍ରୋ ଟ୍ରେନ ସେବାକୁ ବଢ଼ାଇବା ପାଇଁ ଏହି ଯୋଜନା। ଅଧିକ ପାର୍କିଂ ଫି ଆଦାୟ କରି ସାଧାରଣ ପରିବହନ ବ୍ୟବସ୍ଥା ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ାଇବାକୁ କେନ୍ଦ୍ରର ପ୍ଲାନ। .