ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ, ୬ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ
ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ ହୋଇଛି। ଇଡି ମହାଦେବ ଅନଲାଇନ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି।
ମହାଦେବ ବେଟିଂ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ ହୋଇଛି। ଇଡି ମହାଦେବ ଅନଲାଇନ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଏହି ବେଟିଂ ଆପ୍ ଦ୍ୱାରା ପ୍ରାୟ ୬ ହଜାର କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଇଡି ୪୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
ଖୁବଶୀଘ୍ର ଏହି ମାମଲାରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ ହେବ। ମହାଦେବ ଆପ୍ ସହିତ ଜଡ଼ିତ ଫିଲ୍ମ ତାରକା ଓ ନେତାମାନଙ୍କର ସଂପୃକ୍ତି ତଥା ସେମାନଙ୍କ ବିବରଣୀ ସମ୍ପର୍କରେ ଏହି ଚାର୍ଜସିଟ୍ରେ ଉଲ୍ଲେଖ ରହିବ।
ମହାଦେବ ବେଟିଂ ଆପ୍କୁ ପ୍ରୋତ୍ସାହନ ଅଭିଯୋଗରେ ବଲିଉଡ ତାରକା ରଣବୀର କପୁର, ଶ୍ରଦ୍ଧା କପୁର, ହୁମା କ୍ୟୁରେଶି, କମେଡିଆନ କପିଳ ଶର୍ମାଙ୍କୁ ଇଡି ନୋଟିସ ଜାରି କରି ସାରିଥିବା ବେଳେ ଟାଇଗର ଶ୍ରଫ, ସନ୍ନି ଲିଓନି, ନୁସରତ ଭାରୁଚାଙ୍କ ଭଳି କିଛି ତାରକାଙ୍କୁ ଇଡି ସମନ ଜାରି କରିପାରେ। ..