Below header

ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର, ଦୁଇ ନକ୍ସଲଙ୍କ ମୃତ୍ୟୁ

ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର। ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି।

ନିର୍ବାଚନ ପୂର୍ବରୁ ଛତିଶଗଡରେ ଏନକାଉଣ୍ଟର। ଛତିଶଗଡର କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଶନିବାର ସକାଳ ୮ଟା ବେଳେ କୋୟଲିବେଡା ଥାନା ଅନ୍ତର୍ଗତ ଜଙ୍ଗଲରେ ଡିଆରଜି ଜୱାନଙ୍କ ସର୍ଚ୍ଚ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଥିଲା।

ଏନକାଉଣ୍ଟରରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଇନସାସ୍ ରାଇଫଲ, ଗୋଟିଏ ରାଇଫଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଦୁଇ ନକ୍ସଲଙ୍କ ଶବ ଚିହ୍ନଟ ହୋଇନଥିବା ବେଳେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ନଭେମ୍ବର ୭ ତାରିଖରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମାଓ ଗତିବିଧି ଉପରେ କଡା ନଜର ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.