ଆଜି ଏହି ରାଶିର ଲୋକଙ୍କୁ ଶୁଣିବାକୁ ମିଳିପାରେ ଶୁଭ ଖବର; ଜାଣନ୍ତୁ କେମିତି ରହିବ ଆଜିର ଦିନ
ଆଜି ଦିନର ଆରମ୍ଭ ଭଲ ହେବ। ଛାତ୍ରମାନଙ୍କୁ ଆଜି କିଛି ଶୁଭ ଖବର ଶୁଣିବାକୁ ମିଳିପାରେ। ଯଦି ଆପଣ ଏକ ନୂଆ ଯାନ କିଣିବାକୁ ଚାହୁଁଛନ୍ତି, ତା’ ହେଲେ ଏହାର ପ୍ଲାନିଂ ପାଇଁ ଆଜିର ଦିନଟି ଶୁଭ।
ମେଷ: ଆଜି ଦିନର ଆରମ୍ଭ ଭଲ ହେବ। ଛାତ୍ରମାନଙ୍କୁ ଆଜି କିଛି ଶୁଭ ଖବର ଶୁଣିବାକୁ ମିଳିପାରେ। ଯଦି ଆପଣ ଏକ ନୂଆ ଯାନ କିଣିବାକୁ ଚାହୁଁଛନ୍ତି, ତା’ ହେଲେ ଏହାର ପ୍ଲାନିଂ ପାଇଁ ଆଜିର ଦିନଟି ଶୁଭ।
ବୃଷ: ଆଜି ଯାହା ବି ହେଉ, ନିଜ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ଝଗଡ଼ାଠାରୁ ଦୂରେଇ ରୁହନ୍ତୁ। ଆପଣ କେବଳ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମିଥୁନ: ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ମାମଲାଗୁଡ଼ିକୁ ବୁଦ୍ଧିମାନର ସହିତ ପରିଚାଳନା କରିବା ଉଚିତ୍। ବ୍ୟବସାୟିକ ମାମଲାରେ ଆପଣ ନିଜର ଲାଭ ପାଇଁ ସମ୍ପତ୍ତି ଉପଯୋଗ କରିପାରନ୍ତି।
କର୍କଟ: ଆଜିର ଦିନ ଆପଣଙ୍କୁ ଲାଭ ଦେବ। ଏହି ରାଶିର ଲୋକମାନଙ୍କୁ ଆଜି ଧନ ପ୍ରାପ୍ତି ହୋଇପାରେ। ପରିବାରରେ ସୁଖ, ଶାନ୍ତିର ମାହୋଲ ରହିବ।
ସିଂହ: ଆଜି କୌଣସି ବି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ଆପଣଙ୍କ ଭାଇଭଉଣୀଙ୍କଠାରୁ ସାହାଯ୍ୟ ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ।
କନ୍ୟା: ଆଜି କିଛି ଦାମୀ ଜିନିଷ କିଣିପାରନ୍ତି। ଜମି କିଣାରେ ନିବେଶ କରିବେ। ବ୍ୟବସାୟିକ ଭାବରେ ଦିନଟି ଶୁଭ। ଆର୍ଥିକ ରୂପରେ ଆପଣ ଭଲ ରହିବେ।
ତୁଳା: ଆଜିର ଦିନ ଆପଣଙ୍କ ପାଇଁ ଠିକ୍ଠାକ୍ ରହିବ। ଆଜି ଆପଣ କିଛି କଥାକୁ ନେଇ ଟିକିଏ ଚିନ୍ତିତ ରହିବେ। ଆଜି ଆପଣଙ୍କୁ କୌଣସି ନିଜର ଲୋକଙ୍କଠାରୁ ଧନ ପ୍ରାପ୍ତି ହେବ।
ବିଛା: ଯଦି ଆପଣ ଆଜି ଭ୍ରମଣ କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଜିନିଷଗୁଡ଼ିକର ଅତିରିକ୍ତ ଯତ୍ନ ନେବା ଆବଶ୍ୟକ। ବିରୋଧୀ ଏବଂ ପ୍ରତିଦ୍ୱନ୍ଦ୍ୱୀମାନେ ନରମ ପଡ଼ିବେ।
ଧନୁ: ଆଜି ଆୟ ଭଲ ରହିବ। କିନ୍ତୁ ଅଦରକାରୀ ଗତିବିଧି ଉପରେ ଅଙ୍କୁଶ ଲଗାଇବା ଆପଣଙ୍କ ପାଇଁ ଶ୍ରେୟକର ରହିବ। ଆଜି ନିଜ କ୍ୟାରିୟରରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ।
ମକର: ଆଜି ଆପଣଙ୍କ ଦିନ ଉତ୍ସାହ ପୂର୍ଣ୍ଣ ରହିବ। ଆଜି ଆପଣଙ୍କ ସମୟ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ଅତିବାହିତ ହେବ। ଏହାଦ୍ୱାରା ଆପଣଙ୍କ ସମ୍ପର୍କରେ ମଧୁରତା ରହିବ।
କୁମ୍ଭ: ଆଜି ଆପଣଙ୍କୁ ସେବାର ପ୍ରତିଫଳ ମିଳିବ। ଆୟର ସ୍ରୋତ ବିକାଶ ହୋଇପାରେ। ଶିକ୍ଷାଗତ କାର୍ଯ୍ୟରେ ସଫଳ ହେବେ। ଆଜି ନିଜର ଭାବନାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ।
ମୀନ: ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରାପ୍ତିର ସମ୍ଭାବନା ରହିଛି। କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ।