ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ସ୍ଥାନୀୟ ସାମଗ୍ରୀର ପସାର ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର (କେନ୍ୟୁଜ): ମହାନ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଓ ଦେବଗଡ ଜିଲ୍ଳାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର ଲାଗି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ସ୍ଥାନୀୟ ସାମଗ୍ରୀର ପସାର ହେବ । ଖଣ୍ଡାକୁ ଯାଇ ପର୍ଯ୍ୟଟକ ମାନେ ବୀର ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଓ ଦେଶର ସ୍ୱାଧିନତା ପାଇଁ ତାଙ୍କର ଅବଦାନ ବିଷୟରେ ଅଗବତ ହୋଇପାରିବେ ।

ଦେବଗଡରେ ପ୍ରଧାନପାଟ ଝରଣା, ଦେବଗଡ ରାଜଉଆସ, ଅନେକ ପୁରାତନ ମନ୍ଦିର ଓ ଦୁର୍ଗ ରହିଛି । ଏହି ସବୁ ସ୍ଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରାଗଲେ ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢ ହେବ । ରୋଜଗାର ସୃଷ୍ଟି ହେବ । ସଂସ୍କୃତି ଓ ପ୍ରାକୃତିକ ଐତିହ୍ୟ ସୁରକ୍ଷିତ ରହିବାରେ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମେତ ଦୁଇଟି ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମି ଓ ସୁବିଧାକୁ ବଢାଇବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଜି. କିଷାନ ରେଡ୍ଡୀଙ୍କୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.