Below header

ଅଦାଲତରେ ଛାଡ଼ପତ୍ର ମାମଲାକୁ ନେଇ ସ୍ତ୍ରୀକୁ ଆକ୍ରମଣ ଘଟଣା: ଅଭିଯୁକ୍ତ ରତିକାନ୍ତ ପାଣିଗ୍ରାହୀ ଗିରଫ

ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାକୁ ନେଇ ସ୍ତ୍ରୀକୁ ସ୍ୱାମୀର ଆକ୍ରମଣ ଘଟଣା । ସହଦେବଖୁଣ୍ଟା ପୁଲିସ ଦ୍ଵାରା ସ୍ବାମୀ ରତିକାନ୍ତ ପାଣିଗ୍ରାହୀ ଗିରଫ ।

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାକୁ ନେଇ ସ୍ତ୍ରୀକୁ ସ୍ୱାମୀର ଆକ୍ରମଣ ଘଟଣା । ସହଦେବଖୁଣ୍ଟା ପୁଲିସ ଦ୍ଵାରା ସ୍ବାମୀ ରତିକାନ୍ତ ପାଣିଗ୍ରାହୀ ଗିରଫ । ଆଜି ବାଲେଶ୍ଵର ପରିବାର ଅଦାଲତରେ ଏକ ଛାଡ଼ପତ୍ର ମାମଲା ରେ ଉଭୟ ଦମ୍ପତି ବିଚାର ପାଇଁ ଆସିଥିବା ବେଳେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା ।

ସ୍ୱାମୀଙ୍କ ହେଲ୍‌ମେଟ୍‌ ମାଡ଼ରେ ଗୁରୁତର ସ୍ତ୍ରୀ ହୋଇଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ତେବେ କୋର୍ଟ ହତା ଆଗରେ ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍‌ ହୋଇଥିଲା। ରତିକାନ୍ତ ପତ୍ନୀ ରଶ୍ମିରେଖାଙ୍କୁ ମୁଣ୍ଡକୁ ହେଲମେଟରେ ପିଟିଥିଲେ । ଫଳରେ ରଶ୍ମିରେଖାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେ ଅଚେତ ହୋଇ ପଡ଼ିଥିଲେ । ପରେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ରଶ୍ମିରେଖାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.