Below header

ଆଜିର ରାଶିଫଳ: ଆଜି ଏହି ୪ ରାଶିଙ୍କୁ ମିଳିପାରେ ଶୁଭ ଖବର

ଆଜି ଆପଣ ସକାରାତ୍ମକ ପରିଣାମ ପାଇବେ। କାର୍ଯ୍ୟକ୍ଷେତ୍ରରେ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜ କାମ ଉପରେ ଫୋକସ୍‌ କରନ୍ତୁ। ବ୍ୟକ୍ତିଗତ ପ୍ରଦର୍ଶନ ଭଲ ରହିବ। ପରିବାର ସହିତ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ମେଷ: ଆଜି ଆପଣ ସକାରାତ୍ମକ ପରିଣାମ ପାଇବେ। କାର୍ଯ୍ୟକ୍ଷେତ୍ରରେ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟକ୍ତିଗତ ପ୍ରଦର୍ଶନ ଭଲ ରହିବ।

ବୃଷ: ଆଜିର ଦିନ ମିଶ୍ରିତ ରହିବ। ପରିବାର ସହିତ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହେବେ। ନିଜ କାମ ଉପରେ ଫୋକସ୍‌ କରନ୍ତୁ।

ମିଥୁନ: ସାମାଜିକ କାର୍ଯ୍ୟରେ ରୁଚି ଦେଖାଇବେ। ବିଦ୍ୟାର୍ଥୀମାନଙ୍କର ଉଚ୍ଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ। ପୁରୁଣା ବନ୍ଧୁଙ୍କୁ ଲମ୍ବା ସମୟ ପରେ ଭେଟିପାରନ୍ତି।

କର୍କଟ: ଆଜିର ଦିନ ଖୁସି ନେଇକି ଆସିବ। ରକ୍ତ ସମ୍ପର୍କ ଦୃଢ଼ ହେବ। ବଡ଼ମାନଙ୍କ ସହିତ ବିନମ୍ରତା ବଜାୟ ରଖନ୍ତୁ। ନିଜ ଖୁସି ସମସ୍ତଙ୍କ ସହିତ ବାଣ୍ଟିବେ।

ସିଂହ: ଆଜି ଆପଣ କିଛି ନୂଆ କରିବାକୁ ଭାବିବେ। ଆପଣଙ୍କ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତୁ।

କନ୍ୟା: ଆଜି ଅଟକିଥିବା କାମ ପୂରା ହେବ। ବେପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ପ୍ରଭାବୀ ରହିବ। ଆର୍ଥିକ ସମସ୍ୟାରୁ ଛୁଟକାରା ପାଇବେ।

ତୁଳା: ଏହି ରାଶିର ଜାତକଙ୍କ ପାଇଁ ଆଜିର ଦିନ ଲାଭଦାୟକ ରହିବ। ବରିଷ୍ଠ ସଦସ୍ୟଙ୍କଠାରୁ ଆପଣଙ୍କୁ ସହଯୋଗ ମିଳିବ। ଆଜି ମନ ପ୍ରସନ୍ନ ରହିବ।

ବିଛା: ପରିବାରର ପରାମର୍ଶ ଆପଣଙ୍କ କାମରେ ଆସିବ। ସମସ୍ତଙ୍କୁ ନେଇ ଚାଲିବାକୁ ଚେଷ୍ଟା କରିବେ ଏବଂ ସେଥିରେ ସଫଳତା ମଧ୍ୟ ପାଇବେ।

ଧନୁ: ଆଜି ଆପଣ ଆଧ୍ୟାତ୍ମିକତା ଆଡ଼କୁ ବଢ଼ିବେ। ନିଜ ଲୋକଙ୍କଠାରୁ ଭରପୂର ସହଯୋଗ ମିଳିବ। ବିଦ୍ୟାର୍ଥୀମାନଙ୍କର ଉଚ୍ଚଶିକ୍ଷା ମାର୍ଗ ପ୍ରଶସ୍ତ ହେବ।

ମକର: ଆଜି ଆପଣ କୌଣସି ବିପରୀତ ପରିସ୍ଥିତିରେ ଧୌର୍ଯ୍ୟ ବଜାୟ ରଖନ୍ତୁ। ବ୍ୟକ୍ତିଗତ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ହେବ।

କୁମ୍ଭ: ଆଜି ଆପଣ ନିଜ କାମରେ ଢିଲା ଦିଅନ୍ତୁ ନାହିଁ। କୌଣସି ବି କାମ ନିଜ ବାପାଙ୍କୁ ପଚାରି କରନ୍ତୁ। ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିପାରେ।

ମୀନ: ଆଜି ଭାଇର ପୂରା ସାଥ୍‌ ମିଳିବ ଏବଂ ଆପଣ ତରବରିଆ ଭାବେ କିଛି କାମ କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ କିଛି ଚ୍ୟାଲେଞ୍ଜକୁ ସାମ୍ନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.