ଭାଲୁ ଜଗିଛି ଆଖୁବିଲ, ମାଙ୍କଡ଼ ଘଉଡ଼ାଇବାକୁ ଚାଷୀଙ୍କ ଅଭିନବ ଉପାୟ

ମାଙ୍କଡ଼ ଖାଇ ଯାଉଛନ୍ତି ଆଖୁ । ଭାଲୁ ଜଗିଛି କ୍ଷେତ। କ୍ଷେତରେ ପଇଁତରା ମାରୁଛି ଭାଲୁ। ଏ ହେଉଛି ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଅଞ୍ଚଳର ଦୃଶ୍ୟ। ମାଙ୍କଡ଼ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କ ଏପରି ଅଭିନବ ଉପାୟ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ଲକ୍ଷ୍ନୌ : ମାଙ୍କଡ଼ ଖାଇ ଯାଉଛନ୍ତି ଆଖୁ । ଭାଲୁ ଜଗିଛି କ୍ଷେତ। କ୍ଷେତରେ ପଇଁତରା ମାରୁଛି ଭାଲୁ। ଏ ହେଉଛି ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଅଞ୍ଚଳର ଦୃଶ୍ୟ। ମାଙ୍କଡ଼ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କ ଏପରି ଅଭିନବ ଉପାୟ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକୃତରେ ଆଖୁ ବିଲକୁ ଭାଲୁ ଜଗିନି। ଭାଲୁ ଖୋଳପା ପିନ୍ଧି ମଣିଷ ବୁଲୁଛନ୍ତି କ୍ଷେତରେ। ଯାହାକୁ ଦେଖି ଅଟକି ଯାଉଛି ମାଙ୍କଡ଼। ଲଖିମପୁର ଖେରିର ଜାହାନ ନଗର ଗାଁରେ ମାଙ୍କଡ଼ ପଲ ଉପଦ୍ରବ କରୁଛନ୍ତି। ପ୍ରାୟ ୪୦ ରୁ ୫୦ ମାଙ୍କଡ଼ ଘୂରି ବୁଲୁଛନ୍ତି।

କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। କର୍ତ୍ତୃପକ୍ଷ ନଶୁଣିବାରୁ ଅଭିନବ ଉପାୟରେ ମାଙ୍କଡ଼ ଘଉଡ଼ାଉଛନ୍ତି ଚାଷୀ। ମାଙ୍କଡ଼ଙ୍କୁ ଡରାଇବାକୁ ଭାଲୁ ପୋଷାକ କିଣିଛନ୍ତି। ଯାହାର ଦାମ ୪ ହଜାର ଟଙ୍କା। ସତସତିଆ ଭାଲୁ ଭାବି ମାଙ୍କଡ଼ ଅଟକି ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.