Below header

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ଆମେରିକାର ରାଜରାସ୍ତା, ଟଣାହେଲା ଶ୍ରୀଜୀଉଙ୍କ ରଥ

ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ଆମେରିକାର ରାଜରାସ୍ତା । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶୀଜଗନ୍ନାଥ । ସେଥିଲାଗି ରାଜ୍ୟ ବାହାର ହେଉ ଅବା ବିଦେଶରେ ଯେଉଁଠିବି ଓଡ଼ିଆ ରହିଛନ୍ତି ସେଇଠି ଗଢ଼ି ଉଠିଛି ମହାପ୍ରଭୁଙ୍କ ମନ୍ଦିର ।

ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ଆମେରିକାର ରାଜରାସ୍ତା । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶୀଜଗନ୍ନାଥ । ସେଥିଲାଗି ରାଜ୍ୟ ବାହାର ହେଉ ଅବା ବିଦେଶରେ ଯେଉଁଠିବି ଓଡ଼ିଆ ରହିଛନ୍ତି ସେଇଠି ଗଢ଼ି ଉଠିଛି ମହାପ୍ରଭୁଙ୍କ ମନ୍ଦିର ।

ତା ସହିତ ସବୁ ରୀତିନୀତି ଓ ପରମ୍ପରାରେ ହୋଇଥାଏ ପୂଜାପାର୍ବଣ । ଏଥିରୁ ସବୁଠାରୁ ବଡ଼ ପର୍ବ ରଥଯାତ୍ରା ବା ବାଦ୍‌ ପଡ଼ନ୍ତା କେମିତି ? ଠିକ୍‌ ସେଇମିତି ଆମେରିକାର ରୋଜେନବର୍ଗ ଠାରେ ପ୍ରବାସୀ ଓଡ଼ିଆମାନେ ଆୟୋଜନ କରିଛନ୍ତି ଶ୍ରୀଜୀଉଙ୍କ ରଥଯାତ୍ରା ।

ଶ୍ରୀକ୍ଷେତ୍ର ଭଳି ଆରତୀ, ପହଣ୍ଡି ଆଦି ସବୁ କିଛି ବିଧି ଅନୁଯାୟୀ କରାଯିବା ପରେ ରଥ ଟଣାଯାଇଛି । ଏଠାକାର ୟୁନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ରଥଯାତ୍ରାରେ କେବଳ ପ୍ରବାସୀ ଓଡ଼ିଆ ନୁହନ୍ତି ଅନ୍ୟ ଧର୍ମାବଲମ୍ବୀ ଏବଂ ପ୍ରବାସୀ ଭାରତୀୟମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ସମସ୍ତେ ଖୁବ୍‌ ଉତ୍ସାହର ସହ ରଥ ଟାଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.