Below header

କେଉଁ ତ୍ରୁଟିରୁ ଟାଇଟନ୍‌ର ଜଳସମାଧି ? ତଦନ୍ତ ଆରମ୍ଭ କଲା କାନାଡା ଟ୍ରାନସପୋର୍ଟେସନ ବୋର୍ଡ

ଟାଇଟନ ସବମାରିନ କେମିତି ହେଲା ଦୁର୍ଘଟଣାଗ୍ରସ୍ତ? ବିଶ୍ୱବ୍ୟାପୀ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଦି ଟ୍ରାନ୍‌ସପୋର୍ଟେସନ ସେଫ୍‌ଟି ବୋର୍ଡ ଅଫ୍‌ କାନାଡ଼ା ତଦନ୍ତ ଆରମ୍ଭ କରିଛି।

ଟାଇଟନ ସବମାରିନ କେମିତି ହେଲା ଦୁର୍ଘଟଣାଗ୍ରସ୍ତ? ବିଶ୍ୱବ୍ୟାପୀ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଦି ଟ୍ରାନ୍‌ସପୋର୍ଟେସନ ସେଫ୍‌ଟି ବୋର୍ଡ ଅଫ୍‌ କାନାଡ଼ା ତଦନ୍ତ ଆରମ୍ଭ କରିଛି। କଂପାନୀର ମୂଳ ଜାହାଜ ପୋଲାର ପ୍ରିନ୍‌ସ ଜାହାଜରେ ଚାଳକ ଦଳକୁ ପଚରାଉଚରା କରିବା ସହ ଡାଟା ରେକର୍ଡର ଯାଞ୍ଚ କରିଛନ୍ତି ତଦନ୍ତକାରୀ ଟିମ୍‌। ଅପରାଧିକ ଦିଗ ନେଇ ରୟାଲ କାନାଡିଆନ ପୋଲିସ ବି ତଦନ୍ତ ଚଳାଇଛି। ମହାସମୁଦ୍ରରୁ ମିଳିଥିବା ୨ଟି ଧ୍ୱଂସାବଶେଷକୁ ନେଇ ଚାଲିଛି ବୈଷୟିକ ଯାଞ୍ଚ।

ଅଥଳ ମହାସାଗରରେ କେମିତି ହେଲା ଟାଇଟନରେ ବିସ୍ଫୋରଣ? ଶେଷ ମୁହୂର୍ତ୍ତରେ ସବ୍‌ମାରିନରେ ହେଲା କ’ଣ? ଆଟଲାଣ୍ଟିକ ମହାସାଗରରେ ଟାଇଟନର ଧ୍ୱଂସାବଶେଷ ମିଳିବା ପରେ ତନାଘନା ତଦନ୍ତ ଆରମ୍ଭ। କାନାଡ଼ାର ଦି ଟ୍ରାନ୍‌ସପୋର୍ଟେସନ ସେଫ୍‌ଟି ବୋର୍ଡ ଅଫ୍‌ କାନାଡ଼ା- ଟିଏସବି ଟାଇଟନ ଦୁର୍ଘଟଣା ନେଇ ତଦନ୍ତ ଆରମ୍ଭ କରିଛି।

ସେଣ୍ଟ ଜନ୍‌ସର ନ୍ୟୁ ଫାଉଣ୍ଡଲ୍ୟାଣ୍ଡ ବନ୍ଦରରେ ଟାଇଟନ୍‌ କଂପାନୀର ମୂଳ ଜାହାଜ ପୋଲାର ପ୍ରିନ୍‌ସରେ ତଦନ୍ତ କରିଛନ୍ତି ଟିଏସବି ଅଧିକାରୀ। ତଦନ୍ତକାରୀ ଟିମ୍‌ ଚାଳକ ଦଳକୁ ପଚରାଉଚରା କରିବା ସହ ଡାଟା ରେକର୍ଡର ଯାଞ୍ଚ କରିଛନ୍ତି। ଟାଇଟନରେ ପ୍ରାଣ ହରାଇଥିବା ୫ ବ୍ୟକ୍ତି ଯାତ୍ରା ଆରମ୍ଭ ପୂର୍ବରୁ ପୋଲାର ପ୍ରିନ୍‌ସରେ ଅଭ୍ୟାସ କରିଥିଲେ ବୋଲି ଟିଏସବି ଅଧିକାରୀ କହିଛନ୍ତି।

ପୋଲାର ପ୍ରିନ୍‌ସରେ ଲଗ୍‌ବୁକରୁ ଡାଟା ସଂଗ୍ରହ କରି କେମିତି ହେଲା ଟାଇଟନରେ ବିସ୍ଫୋରଣ ତାର ତଦନ୍ତ ଆରମ୍ଭ ହୋଇଛି। ଟାଇଟନ କାନାଡାର ସବ୍‌ମାରିନ ଓ କାନାଡାର ବନ୍ଦରରୁ ଏହା ଯାତ୍ରା ଆରମ୍ଭ କରିଥିଲା। ଅନ୍ତର୍ଜାତୀୟ ଜଳ ସୀମା ଅତିକ୍ରମ କରି ପରେ ଦୁର୍ଘଟଣା ଘଟିଥିବାରୁ ଏହାର ମୂଳକ୍ଷେତ୍ରରୁ ତଦନ୍ତ ଆରମ୍ଭ କରାଯାଉଥିବା କାନାଡା ଟ୍ରାନ୍‌ସପୋର୍ଟେସନ ସେଫ୍‌ଟି ବୋର୍ଡ ଅଧ୍ୟକ୍ଷ କହିଛନ୍ତି।

ଟାଇଟନରେ ବ୍ଲାକ୍‌ବକ୍ସ ନଥିଲା। ବିସ୍ଫୋରଣ ହେବା ପରେ ଏହା ଧ୍ୱଂସ ହୋଇଥିବା ଆଶଙ୍କା କରାଯାଉଛି। ଟାଇଟନ ସମୁଦ୍ରରେ ପ୍ରବେଶ କରିବାର ଏକ ଘଣ୍ଟା ୪୫ ମିନିଟ ପରେ ସଂପର୍କ ଛିନ୍ନ ହୋଇଥିଲା। ଏହା ପରେ ପରେ ହିଁ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.