Below header

ଦିଗପହଣ୍ଡି : ଦୁଇ ବସ ମୁହାଁମୁହିଁ, ୧୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ବ୍ରହ୍ମପୁର(କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଧାନାନ୍ତର କରାଯାଇଛି ।

ମୃତକଙ୍କ ମଧ୍ୟରେ ୭ ଜଣ ଗୋଟିଏ ପରିବାର ଓ ସମ୍ପର୍କୀୟ ଥିବା ଜଣାଯାଇଛି । ସମସ୍ତେ ଏକ ବିବାହ ପାର୍ଟିରେ ଯୋଗ ଦେଇ ଏକ ଘରୋଇ ବସରେ ଫେରୁଥିଲେ । ପାଟପୁର ଥାନା ଖଣ୍ଡ ଦେଉଳି ଗାଁ ର ଏକ ପରିବାର ର ଝିଅ ବାହାଘର ପରେ ବ୍ରହ୍ମପୁର ରେ ଝିଅ ଛାଡିବା ପାଇଁ ଏକ ମିନି ବସ ରେ ଯାଇ ଫେରୁଥିଲେ ।

ଝିଅ ଛାଡି ଭୋଜି ଖାଇ ରାତିରେ ଖଣ୍ଡ ଦେଉଳି ଫେରୁଥିବା ବେଳେ ସାଢେ ବାର ଟା ବେଳେ ରାୟଗଡା ଜିଲ୍ଲା ଗୁଡାରି ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ ମୁହାଁମୁହିଁ ଧକ୍କା ଦେଇଥିଲା ମିନି ବସ କୁ । ଦୁର୍ଘଟଣା ଖବର ପାଇ 108 ଆମ୍ବୁଲାନ୍ସ ଓ ଦିଗପହଣ୍ଡି, ସାନ ଖେମୁଣ୍ଡି ଦମକଳ ବାହିନୀ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ ।

ଭୟଙ୍କର ଦୁର୍ଘଟଣା ରେ ମିନି ବସ ଟି ରାସ୍ତା ଉପରେ ବହୁ ଦୁରକୁ ଛିଟିକି ପଡିଥିଲା-ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପ ଜିଲ୍ଲାପାଳ ଏମକେସିଜି ମେଡିକାଲରେ ପହଞ୍ଚି ଆହତ ମାନଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ଦୁର୍ଘଟଣାରେ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଅବସ୍ଥା ସ୍ଥିର ରହିଛି । ଆହତ ଯାତ୍ରୀ ମାନେ କିଭଳି ସମସ୍ତ ପ୍ରକାରର ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।

ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀଙ୍କ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଘୋଷଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.