Below header

ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଅତ୍ୟନ୍ତ ଖୁସି ରହିବେ

କଥାବାର୍ତ୍ତାରେ ମଧୁରତା ଆଣିବେ । ନୂଆ ଚାକିରି ମିଳିବାର ଯୋଗ ହୋଇପାରେ । ଅଧିକ ପରିଶ୍ରମ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ରୁଚି ବଢିପାରେ । କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଗ ହୋଇପାରେ । ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଅଳ୍ପ ଚିନ୍ତିତ ହୋଇପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍‌ ।

ମେଷ : ପରିବାରରେ ଧାର୍ମିକ କାର୍ଯ୍ୟ ହୋଇାପରେ । କୌଣସି କାର୍ଯ୍ୟ ପାଇଁ କ୍ରୋଧିତ ହୋଇପାରିନ୍ତି । ମନ ଅସାନ୍ତ ରହିପାରେ । କିଛି ନୂଆ କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇପାରେ । ସାଙ୍ଗର ସହଯୋଗ ମିଳିପାରେ । ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି । ପାଠ ପଢା ପ୍ରତି ଅଧିକ ଇଚ୍ଛା ପ୍ରକାଶ କରିପାରନ୍ତି ।

ବୃଷ : କଥାବାର୍ତ୍ତାରେ ମଧୁରତା ଆଣିବେ । ନୂଆ ଚାକିରି ମିଳିବାର ଯୋଗ ହୋଇପାରେ । ଅଧିକ ପରିଶ୍ରମ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ରୁଚି ବଢିପାରେ । କୌଣସି ଧାର୍ମିକ ସ୍ଥାନକୁ ଯିବାର ଯୋଗ ହୋଇପାରେ । ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଅଳ୍ପ ଚିନ୍ତିତ ହୋଇପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ୍‌ ।

ମିଥୁନ : ପିଲାମାନଙ୍କ ପାଇଁ କିଛି ଖୁସି ଖବର ଶୁଣି ପାରିବେ । କୌଣସି କାମ ଭଲରେ ଭଲରେ ହୋଇଯିବ । ନାକାତ୍ମକ କଥାରେ ପ୍ରଭାବିତ ହୋଇପାରନ୍ତି । ବାପାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିପାରିବେ । ଆୟ ବୃଦ୍ଧି ହୋଇପାରେ । ଖୁସି ରହିବେ । ଜୀବନସାଥିଙ୍କ ସହ ଝଗଡା ହୋଇପାରେ । ଜୀବନରେ ଆଗକୁ ବଢି ପାରନ୍ତି ।
କର୍କଟ : ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ କମ ହୋଇପାରେ । ପରିବାର ସହ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଭାଇ ଓ ଭଉଣୀଙ୍କ ସହ ସମୟ ଅତିବାହିତ କରିପାରନ୍ତି । ଯେକୌଣସି କଥା ପାଇଁ ଚିନ୍ତିତ ଥିଲେ ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଘରେ ଶୁଭ କାର୍ଯ୍ୟ ହୋଇପାରେ । ବ୍ୟବସାୟରେ ଲାଭ ମିଳିପାରେ । ପୂରୂଣ ସାଙ୍ଗଙ୍କ ସହ ଦେଖା ହୋଇପାରେ ।

ସିଂହ: ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । ଆସବାବପତ୍ର କିଣିବା ପାଇଁ ଦିନଟି ଭଲ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ ।

କନ୍ୟା: କଠିନ ପରିଶ୍ରମ କରି ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ବିବାଦ ଥିଲେ ତାହା ବହୁତ ଶୀଘ୍ର ଠିକ୍‌ ହୋଇଯିବ । ଯାହାଦ୍ୱାରା ପୂରା ଦିନ ଆପଣ ଖୁସି ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇପାରନ୍ତି ।

ତୁଳା: ଆପଣ ଏପରି କିଛି କାମ କରନ୍ତୁ ନାହିଁ, ଯାହାକୁ ପୂରା କରିପାରିବେ ନାହିଁ । ଛାତ୍ରଛାତ୍ରୀ ଗୁରୁଙ୍କଠାରୁ ଉପଦେଶ ନେବେ । ଗାଡି ମଧ୍ୟ କିଣିବା ପାଇଁ ମନ କରିବେ । ଆଜି ଆପଣ ପରିବାର ସହ ସମୟ କାଟିବେ ।  ଆଜି ଆପଣ ଘରକୁ ସଜାଇବା ପାଇଁ ଯୋଜନା କରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ ।

ବିଛା: ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ୍‌ କାମରେ ଯାତ୍ରା କରିପାରନ୍ତି । ଆଜି ଆପଣ ଅଧିକ ଖର୍ଚ୍ଚ କରନ୍ତୁ ନାହିିଁ। ଆଜି କିଛି ନୂଆ ଦାୟିତ୍ୱ ମିଳିବ । ଲଭ୍‌ମେଣ୍ଟ୍‌ଙ୍କ ସହ ବାହାରକୁ ଯାଇ ପାରନ୍ତି । ସାଙ୍ଗଙ୍କ ସହ ଦିନଟି ଭଲ ରହିବ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ । ବାହାରକୁ ଯାତ୍ରା କରିବାର ସମ୍ଭାବନା ରିହିଛି ।

ଧନୁ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପୂର୍ଣ୍ଣବାର ଭାବିବା ଉଚିତ୍‌ ହେବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଆଜି ଆପଣଙ୍କ ଦିନ ଉତ୍ତମ ରହିବ । ଆଜି ଆପଣ ପୂଜା କାର୍ଯ୍ୟରେ ଧ୍ୟାନ ଦେବେ ।

ମକର:  ଚାକିରି ମିଳିବାର ସମ୍ଭାବନା ରହିଛି । ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଲଭ୍‌ମେଣ୍ଟ୍‌ ନିଜ ସାଥିକୁ କୌଣସି ଭଲ ଉପହାର ଦେବେ । ଯାହାଦ୍ୱାରା ସମ୍ପର୍କ ସଦୃଢ ହେବ । ଅଫିସ୍‌ କାମରେ ବିଳମ୍ବ ହେବ । ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଭ ସମାଚାର ମିଳିପାରେ।

କୁମ୍ଭ: ଆପଣଙ୍କ ଦିନ ଠିକ୍‌ ଠାକ୍‌ ରହିବ । ନିଜ ଉପରେ ଭରସା  ରଖିଲେ ଭବିଷ୍ୟତ ମଧ୍ୟ ଭଲ ରହିବ । ବେପାରୀମାନେ ବେପାର ବଢାଇବା ପାଇଁ ନୂଆ  ରାସ୍ତା ଦେଖିବେ । ଆଜିର ଦିନଟି ଭଲ । ଯାହାର ଲାଭ ଆଗକୁ ଆସୁଥିବା ସମୟରେ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ ।

ମୀନ: ଓକିଲମାନଙ୍କ ପାଇଁ ଦିନଟି ଭଲ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଦ୍ୱନ୍ଦ୍ୱରେ ରହିବେ । କୌଣସି କାମ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଉପଦେଶ ନେବା ଠିକ୍‌ ହେବ। କିଛି ନୂଆ କାମ ପାଇଁ ଯୋଜନା କରିବେ । ଚାକିରିରେ ପଦୋନ୍ନତି ମିଳିବ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.