ଜାଣନ୍ତୁ, ସପ୍ତାହଟି କେମିତି କଟିବ

ମେଷ : ରବି ଓ ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ପ୍ରିୟ ଜନଙ୍କ ସହ ଦୂର ଯାତ୍ରା କରିବେ। ବୁଧବାର ନୂଆ ସମ୍ଭାବନା ଆସିବ। ଗୁରୁବାର ଧର୍ମ କାମରେ ମନ ଦେବେ। ଶୁକ୍ର ଓ ଶନିବାର ପରିବାର ସହ ସମୟ କାଟିବେ। ରବିବାର ମନ ପ୍ରଫୁଲ୍ଲ ରହିବ।

ବୃଷ : ରବି, ସୋମ ରାଜନୀତିରେ ସଫଳତା ପାଇବେ। ମଙ୍ଗଳବାର ନୂଆ କାମ ହାତକୁ ନେବେ। ମନ ପ୍ରଫୁଲ୍ଲ ରହିବ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ଶୁକ୍ର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ମିଥୁନ : ରବିବାର ଖୁସି ରହିବେ। ସୋମବାର ଦିନ ଘରୁ କେହି ବାହାରକୁ ଯାଉଥିବାରୁ ମନ ଦୁଃଖ ରହିବ। ମଙ୍ଗଳ ଓ ବୁଧବାର ପ୍ରତିଷ୍ଠା ଲାଭ କରିବେ। ଗୁରୁବାର ଭଗବାନଙ୍କୁ ଆରାଧନା କରିବାରେ ମନ ଦେବେ। ଶୁକ୍ର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

କର୍କଟ : ରବିବାର ଓ ସୋମବାର ପାରିବାରିକ ଶାନ୍ତି ପାଇବେ। ମଙ୍ଗଳ ଓ ବୁଧବାର ଦ୍ରବ୍ୟ ଲାଭ ହେବ। ଗୁରୁ ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ। ଶୁକ୍ରବାର ଶତ୍ରୁକୁ ପରାସ୍ତ କରିବେ। ଶନିବାର ଦିନ ନୂଆ ଜିନିଷ କିଣିବେ।

ସିଂହ : ରବିବାର ପରିବାର ସହ ଖୁସିରେ ସମୟ କାଟିବେ। ସୋମବାର ଅଫିସରେ କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳ ଓ ବୁଧବାର ଆତ୍ମ ସମ୍ମାନ ବଢ଼ିବ। ଗୁରୁ ଓ ଶୁକ୍ରବାର ବନ୍ଧୁ ମିଳନ ଯୋଗ ରହିଛି। ଶନିବାର ସଫଳତା ପ୍ରାପ୍ତି ହେବ।

କନ୍ୟା : ରବିବାର ପରିବାର ସହ ସମୟ କାଟିବେ। ସୋମବାର କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ମଙ୍ଗଳବାର ପ୍ରିୟ ବନ୍ଧୁଙ୍କୁ ଭେଟିବେ। ବୁଧବାର ଘରକୁ ଅତିଥିଙ୍କ ଆଗମନ ହେବ। ଗୁରୁବାର କିଛି ନୂଆ କାମ ହାତକୁ ନେଇ ପାରନ୍ତି। ଶୁକ୍ର ଓ ଶନିବାର ବାଣିଜ୍ୟ, ବ୍ୟବସାୟରେ ସଫଳତା ପାଇବେ।

ତୁଳା : ରବି ଓ ସୋମବାର ଶରୀର ଅସୁସ୍ଥ ରହିବ। ମଙ୍ଗଳ ଓ ବୁଧବାର ସାବଧାନତା ଲୋଡ଼ା। ଗୁରୁ ଓ ଶୁକ୍ରବାର ନୂତନ ଭୂମି କିଣି ପାରନ୍ତି। ଶନିବାର ରିଷ୍ଟ ଖଣ୍ଡନ ପାଇଁ ହନୁମାନଙ୍କୁ ପୂଜା କରନ୍ତୁ।

ବିଛା : ରବି ଓ ସୋମବାର ଖୁସିରେ ସମୟ କଟିବ। ମଙ୍ଗଳ ଓ ବୁଧବାର ଅଫିସରେ ବ୍ୟସ୍ତ ରହିବେ। ଗୁରୁବାର ଲକ୍ଷ୍ମୀଙ୍କ ପୂଜାରେ ମନ ନିବେଶ କରିବେ। ଶୁକ୍ର ଓ ଶନିବାର ପ୍ରତିଭାର ବିକାଶ ହେବ।

ଧନୁ : ରବି ଓ ସୋମବାର ପରିବାର ସହ ଖୁସିରେ ସମୟ କଟିବ। ମଙ୍ଗଳ ଓ ବୁଧବାର ନୂଆ ଦ୍ରବ୍ୟ କ୍ରୟ କରିପାରନ୍ତି। ଗୁରୁବାର ଯାତାୟାତ କରିବେ। ଶୁକ୍ର ଓ ଶନି ବାର ଆୟ ବୃଦ୍ଧି ହେବ।

ମକର : ରବି ଓ ସୋମବାର ପରିବାର ସହ ଭଲରେ ସମୟ ବିତିବ। ଆର୍ଥିକ ଲାଭବାନ ହେବେ। ମଙ୍ଗଳବାର କାମ ବୋଝ ବଢ଼ିବ। ବୁଧ ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ।

କୁମ୍ଭ : ରବି ଓ ସୋମବାର ପରିବାର ଓ ପିଲାଙ୍କ ସହ ବାହାରକୁ ବୁଲିବାକୁ ଯିବେ। ମଙ୍ଗଳବାର ଓ ବୁଧବାର ଆୟ ବଢ଼ିବ। ଗୁରୁବାର ମହାଲକ୍ଷ୍ମୀଙ୍କ ନାଁ ଜପନ୍ତୁ। ଶୁକ୍ର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ।

ମୀନ : ରବିବାର ଧନ ପ୍ରାପ୍ତି ହେବ। ସୋମବାର ପ୍ରବଳ କାର୍ଯ୍ୟ ଚାପରେ ରହିବେ। ମଙ୍ଗଳବାର କାମର ବୋଝ ଟିକେ ହାଲ୍‌କା ହେବ। ବୁଧ ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.