Below header

ଅମୃତ ଠାରୁ କମ୍ ନୁହେଁ ଶୀତ ଦିନର ଖରା, ଜାଣନ୍ତୁ ଏଥିରୁ ମିଳୁଥିବା କିଛି ଆଶ୍ଚର୍ଯ୍ୟକର ଲାଭ ବିଷୟରେ

ଶୀତଦିନେ ସକାଳର ଖରା କୌଣସି ଅମୃତ ଠାରୁ କମ୍ ନୁହେଁ । ଆନନ୍ଦଦାୟକ ହେବା ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟକିରଣର ୫ଟି ଲାଭ ବିଷୟରେ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ ।

ଶୀତଦିନିଆ ଖରାର ସବୁଠାରୁ ବଡ ଫାଇଦା ହେଉଛି ଏହା କ୍ୟାଲସିୟମ୍ ଅବଶୋଷଣରେ ସାହାଯ୍ୟ କରେ । ଯଦି ଆପଣ କ୍ୟାଲସିୟମ ପାଇଁ କ୍ଷୀର ପିଉଛନ୍ତି ତେବେ ସୂର୍ଯ୍ୟକିରଣ ଦ୍ୱାରା ଏହି କ୍ୟାଲସିୟମ ସିଧାସଳଖ ଆପଣଙ୍କ ଶରୀରରେ ପହଂଚିଥାଏ ।

ଶୀତଦିନେ ଅନେକ ସମୟରେ ଆପଣ ଟିକେ ଦୁର୍ବଳ ଏବଂ ଅଳସୁଆ ଅନୁଭବ କରିଥାନ୍ତି କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟକିରଣ ବହୁତ ପ୍ରଭାବଶାଳୀ ହୋଇଥାଏ । ହାଲକା ଉଷ୍ଣତା ସହିତ ଏହା ଆପଣଙ୍କୁ ଶକ୍ତି ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରେ ।

Protecting your skin from the Sun | Those London Chicks - Female focused lifestyle magazine, sharing articles on making life that little bit better.

ଶୁଷ୍କ ବା ଫଟା ଚର୍ମ , ଫଙ୍ଗସ୍ ଏବଂ ଅନ୍ୟ ଚର୍ମ ରୋଗ ପାଇଁ ସୂର୍ଯ୍ୟକିରଣ ଏକ ପ୍ରାକୃତିକ ଉପଚାର । ଚର୍ମରେ ଆର୍ଦ୍ରତା ହେତୁ ବଢୁଥିବା ଜୀବାଣୁଗୁଡିକୁ ନଷ୍ଟ କରି ଚର୍ମକୁ ସୁସ୍ଥ ରଖିବା ପାଇଁ ସୂର୍ଯ୍ୟକିରଣ ଲାଭଦାୟକ ହୋଇଥାଏ ।

ମାଂସପେଶୀରେ ହେଉଥିବା କଠିନତାକୁ ଏଡ଼ାଇବା ପାଇଁ ସୂର୍ଯ୍ୟକିରଣ ଗ୍ରହଣ କରିବା ଲାଭଦାୟକ । ଏହା କେବଳ ଶରୀରର ଅଙ୍ଗଗୁଡ଼ିକୁ ବାହ୍ୟରୁ ରକ୍ଷା କରେ ନାହିଁ ବରଂ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଉଷ୍ଣତା ପ୍ରଦାନ କରିବା ସହିତ ସୁସ୍ଥ ରଖେ ।

କେବଳ ସେତିକି ନୁହେଁ ଏହା ଯନ୍ତ୍ରଣା କମାଇବା ଏବଂ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ । ଯାହା ଆପଣଙ୍କ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ଏଥି ସହିତ ନିଜର ଆତ୍ମବିଶ୍ୱାସ ବଢାଇବାକୁ ଆପଣ ସୂର୍ଯ୍ୟକିରଣ ଗ୍ରହଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.