ଗାଁରେ ପଶି ଆତଙ୍କ ସୃଷ୍ଟି କଲା ହାତୀ, ରାଗରେ ଏମିତି କିଛି କଲା ଯେ ଯାହାର ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ହାତୀ ରାଗି ଯାଇଥିବାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ନିଶ୍ଚୟ ଡରିଯିବେ। ଭିଡିଓରେ ଭୋକିଲା ହାତୀଟି ଆଖୁ ସନ୍ଧାନରେ ଉତ୍ତରାଖଣ୍ଡର ଏକ ଗାଁରେ ଆତଙ୍କ ସୃଷ୍ଟି କରିଛି। ଏହି ସମୟରେ ହାତୀଟିର ସାମ୍ନାରେ ଯାହା ଆସିଥିଲା ସେ ତାହା ଉପରେ ଆକ୍ରମଣ କରିଥିଲା। କିଛି ସମୟ ହାତୀଟି ଆତଙ୍କ ଖେଳାଇବା ପରେ ଆପେ ଚାଲି ଯାଇଥିବା ଦେଖିବାକୁ ମିଳିଛି।


ସୂଚନା ମୁତାବକ, ହାଲଡୱାନିଙ୍କ ତେରାଇ ସେଣ୍ଟ୍ରାଲ ଫରେଷ୍ଟ ଡିଭିଜନ୍ ସଂଲଗ୍ନ ଗ୍ରାମାଞ୍ଚଳରେ ଦୁଇଟି ହାତୀଙ୍କ ଆତଙ୍କ ଜାରି ରହିଛି। ହାତୀମାନେ ଗାଁରେ ପଶି ଆଖୁ ଫସଲ କ୍ଷତି ଘଟାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଡରିଯିବେ।
ଉକ୍ତ ଭିଡିଓରେ ହାତୀଟି ହାଲଡୱାନିର ହରିପୁର ଭଣ୍ଡେଭ ଗାଁର ଏକ ଘର ଅଗଣାରେ ପହଞ୍ଚିଥିଲା। ଏହାପରେ ଗ୍ରାମବାସୀ ଜୋରରେ ଚିତ୍କାର କରିବାରୁ ହାତୀଟି ଜଙ୍ଗଲ ଆଡକୁ ଚାଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.