ଗର୍ଭାବସ୍ଥାରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ଗର୍ଭବତୀ ମହିଳାଙ୍କୁ ଗର୍ଭାବସ୍ଥାରେ ବାନ୍ତି ହେବା ଏକ ସାଧାରଣ କଥା। ଏହା ମହିଳାଙ୍କ ଭିତର ଓ ବାହାର ପରିବର୍ତ୍ତନ ଯୋଗୁ ହୋଇଥାଏ। ଏହି ଅବସ୍ଥାରେ ମହିଳାଙ୍କୁ ବାନ୍ତି ଓ ଦେହ ବୁଲାଇହେବା ଭଳି ସମସ୍ୟା ହୋଇଥାଏ। ବାନ୍ତି ହେବା ଗର୍ଭାବସ୍ଥାର ପ୍ରଥମ ପର୍ଯ୍ୟାୟ। ତେବେ ଗର୍ଭାବସ୍ଥାରେ ଯଦି ବାନ୍ତି ହେଉଛି, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାର କେବେ ସହଜ ଟିପ୍ସ କହିବୁ, ଯାହାକୁ ଆପଣାଇ ଆପଣ ଏହି ସମସ୍ୟାରୁ ମାତ୍ର ଅଳ୍ପ ସମୟ ମଧ୍ୟରେ ମୁକ୍ତି ପାଇପାରିବେ…

  • ଗର୍ଭାବସ୍ଥାରେ ଯଦି ବାରମ୍ବାର ବାନ୍ତି ହେଉଛି ତେବେ ରାତିରେ ଏକ ଗ୍ଲାସ ପାଣିରେ କଳା ଚଣା ଭିଜାଇ ଦିଅନ୍ତୁ। ସକାଳୁ ଉଠି ଏହି ଚଣାକୁ ବାହାର କରି ଦେଇ ପାଣି ପିଇଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ।
  • ବାନ୍ତି ଲାଗୁଥିବା ବେଳେ ଅଁଳା ଖାଆନ୍ତୁ। ଆପଣ ଚାହିଁଲେ ବଜାରରେ ମିଳୁଥିବା ସଲ୍ଟି ଆମ୍‌ଲା ମଧ୍ୟ ଖାଇପାରିବେ।
  • ବାରମ୍ବାର ବାନ୍ତି ହେଉଥିଲେ ଶୁଖିଲା ଧନିଆ କିମ୍ବା କଞ୍ଚା ଧନିଆକୁ ଗୁଣ୍ଡ କରି ଅଳ୍ପ ସମୟ ବ୍ୟବଧାନରେ ଖାଆନ୍ତୁ। ଆପଣ ଚାହିଁଲେ ଏଥିରେ ଅଳ୍ପ କଳା ଲୁଣ ମଧ୍ୟ ମିଶାଇ ଖାଇପାରିବେ। ଏହାକୁ ଖାଇବା ପରେ ଆଉ ବାନ୍ତି ହେବ ନାହିଁ।
  • ବାନ୍ତି ବନ୍ଦ କରିବା ପାଇଁ ଜିରା, ସୈନ୍ଧବ ଲୁଣ ଓ ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। କିଛି କିଛି ସମୟ ବ୍ୟବଧାନରେ ଏହାକୁ ପିଅନ୍ତୁ।
  • ବାନ୍ତି ରୋକିବା ପାଇଁ ଗର୍ଭବତୀଙ୍କୁ ତୁଳସୀ ପତ୍ର ରସରେ ମହୁ ମିଶାଇ ଦେଇପାରିବେ। ଦେଖିବେ ବାନ୍ତି ବନ୍ଦ ହେବା ସହ ଆରାମ ଲାଗିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.