ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏମିତି ଝିଅ, ଏମାନଙ୍କୁ ବିବାହ କରିଥିବା ପୁଅଙ୍କ ବଦଳିଯାଏ ଭାଗ୍ୟ

ସମୁଦ୍ର ଶାସ୍ତ୍ରରେ ହସ୍ତ ରେଖା, ଚିହ୍ନ ଏବଂ ଶରୀରର ଗଢ଼ଣୀରୁ ବ୍ୟକ୍ତିର ସ୍ବଭାବ ଏବଂ ଚରିତ୍ର ବିଷୟରେ ଜାଣିହେବ। ସମୁଦ୍ରଶାସ୍ତ୍ର ଅନୁସାରେ ନାରୀ ମାନଙ୍କ ମଧ୍ୟରେ ବହୁତ ପ୍ରକାରର ଗୁଣ ରହିଥାଏ। ଯାହା ଦ୍ବାରା ସେ ନିଜେ ଭାଗ୍ୟଶାଳୀ ହେବା ସହିତ ଯେଉଁଠି ବିବାହ କରିଥାନ୍ତି ସେଇଠି ଲକ୍ଷ୍ମୀଙ୍କର ବାସ ହୋଇଯାଏ। ବିବାହ ଯୋଗ୍ୟ ନାରୀର କିଛି ଚିହ୍ନ ରହିଥାଏ, ଯାହାକୁ ଦେଖି ଏହା ଜଣାଯାଇପାରିବ ଯେ ସେ କେତେ ଭାଗ୍ୟଶାଳୀ ଅଟନ୍ତି।

-ସିଧା ଏବଂ ଉନ୍ନତ ନାକକୁ ସମୁଦ୍ର ଶାସ୍ତ୍ରରେ ଶୁଭ ବୋଲି କୁହାଯାଇଛି। ଏହା ସହିତ ଯେଉଁ ଝିଅର ଓଠ ଲାଲ ରଙ୍ଗର ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

Bride-ଯେଉଁ ଝିଅର ଗଳା ଛୋଟ ଏବଂ ଜିଭ ବଡ ହୋଇଥାଏ, ସେହି ଝିଅ ସୁଖ ଏବଂ ସୌଭାଗ୍ୟରେ ପରିପୂର୍ଣ୍ଣ ହୋଇଥାଏ। ଏମିତି ଝିଅ ନିଜର ସ୍ବାମୀର ବହୁତ ଯତ୍ନ ନିଅନ୍ତି।

-ଝିଅର ପାଦତଳ ଚିକ୍କଣ ଏବଂ ସମତଳ ହୋଇଥିଲେ ଏହା ଶୁଭ ବୋଲି ଧରାଯାଏ। ଯଦି ପାଦର ଗୋଇଠି ଫାଟିଥିଲେ ଏହା ଧନ ମାମଲାରେ ଶୁଭ ନୁହେଁ ବୋଲି ଧରାଯାଇଥାଏ।

Women Astrology-ଚଉଡା କିମ୍ବା ଫୁଲିଲା ଭଳି କାନ ଥିବା ଝିଅ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଧନ ପ୍ରାପ୍ତିରେ ଏହି ଭଳି ନାରୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

-ଯେଉଁ ଝିଅର ନାଭି ଗଭୀର ହୋଇଥାଏ ତାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଏ। ଏହା ସହିତ ଲମ୍ବା ହାତ ଥିବା ଝିଅଙ୍କୁ ମଧ୍ୟ ଶୁଭ ବୋଲି ଧରାଯାଏ।