କାର୍ତ୍ତିକ ଆର୍ୟନଙ୍କ ଘର ଆଗରେ ଛିଡା ହୋଇ କାନ୍ଦିଲେ ଦୁଇ ଜଣ ଯୁବତୀ, ଦେଖନ୍ତୁ ଭିଡିଓ

ବଲିଉଡର ଚକୋଲଟ ବୟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ଫ୍ୟାନ ଫଲୋଇଙ୍ଗ୍ ବହୁତ ଅଧିକ। କାର୍ତ୍ତିକ ଆର୍ୟନଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ସେହିପରି ଅଭିନେତା ମଧ୍ୟ ନିଜ ଫ୍ୟାନ୍ସଙ୍କ ସହିତ ସମୟ ବିତାଉଥିବାର ନଜର ଆସନ୍ତି। ତେବେ ବର୍ତ୍ତମାନ କାର୍ତ୍ତିକ ଆର୍ୟନଙ୍କର ଦୁଇ ଜଣ ଜବରା ଫ୍ୟାନ୍ ଏମିତି କାମ କରିଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ନିଜର କ୍ରସ୍ ଏବଂ ପ୍ରିୟ ଆକ୍ଟରଙ୍କୁ ଦେଖିବା ପାଇଁ ଦୁଇ ଜଣ ଫିମେଲ୍ ଫ୍ୟାନ୍ସ ଆକ୍ଟରଙ୍କ ଘର ବାହାରେ ଛିଡା ହୋଇ କାର୍ତ୍ତିକ କାର୍ତ୍ତିକ ଚିଲାଉଥିବାର ନଜର ଆସୁଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କାର୍ତ୍ତିକଙ୍କ ଫ୍ୟାନ୍ସ ବି ଏହାକୁ ଦେଖି ଖୁବ୍ ପ୍ରତିକ୍ରିୟା ଦେଉଛନ୍ତି।
View this post on Instagram
ଏହି ଭାଇରାଲ ହେଉଥିବା ଭିଡିଓରେ ଦୁଇ ଜଣ ଯୁବତୀ କାର୍ତ୍ତକ ଆର୍ୟନଙ୍କ ଘର ଆଗରେ ତାଙ୍କ ନାମ ଧରି ଜୋର ଜୋରରେ ଚିଲାଉଥିବାର ଦେଖିବାକୁ ମିଳୁଛି। ଦୁଇଜଣ ଯୁବତୀ ଜୋର ଜୋର ଚିକ୍ତାର କରି କହୁଥାନ୍ତି, କାର୍ତ୍ତିକ, ‘ପ୍ଲିଜ୍ ପ୍ଲିଜ ବାହାର ଆ ଜାଓ’। ସେହିପରି ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଫ୍ୟାନ୍ ଆଉ ଜଣେ ଫ୍ୟାନଙ୍କୁ କୁଣ୍ଢାଇ କାନ୍ଦି ପକାଉଛନ୍ତି। ତେବେ ଏହି ସମୟରେ କାର୍ତ୍ତିକ ଘରେ ଅଛନ୍ତି ନା ନାହିଁ ଜଣାନାହିଁ କିନ୍ତୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
View this post on Instagram