ରାତିର ବଳକା ଅଟା ଚକଟାରେ ଭୁଲ୍‌ରେ ବି ତିଆରି କରି ଖାଆନ୍ତୁ ନାହିଁ ରୁଟି, କମିଯିବ ରୋଗ ପ୍ରତିରୋଧକ ଶକ୍ତି! ଆପଣ ହିଁ ଭୋଗିବେ କଷ୍ଟ

ଅନେକ ବାର ଏମିତି ହୋଇଥାଏ ଯେ ରୁଟି କରି ସାରିବା ପରେ ମଧ୍ୟ ଅଟା ଚକଟା ବଳି ଯାଇଥାଏ। ତ ଆମେ ଏହାକୁ ଫ୍ରିଜରେ ରଖି ଦେଇଥାଉ ଏବଂ ପରଦିନ ବ୍ୟବହାର କରିଥାଉ। ଏପରି କି, ଅନେକ ମହିଳା ସକାଳର କାମକୁ ହାଲୁକା କରିବା ପାଇଁ କିମ୍ବା ଅଫିସ ଯିବା ଜଲ୍‌ଦିରେ ରାତିରେ ଅଟା ଚକଟି ରଖି ଦେଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ସମୟ ସଞ୍ଚୟ କରିବାର ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ? ହଁ, ଆପଣ କଦାପି ବଳକା ଅଟା ଚକଟାରୁ ରୁଟି ତିଆରି କରି ଖାଇବେ ନାହିଁ। କାହିଁକି ନା, ଏପରି କଲେ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚି ପାରେ। ଏଠି ଆମେ ଆପଣଙ୍କୁ କହିବୁ କି, ବାସି ଅଟା ଚକଟାରେ ରୁଟି ତିଆରି କରି ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ।

ଅଟା ଯେତେବେଳେ ପାଣି ସଂସ୍ପର୍ଶରେ ଆସିବ, ତ ଆପଣ ସେହି ସମୟରେ ହିଁ ଏହାକୁ ବ୍ୟବହାର କରିନେବା ଭଲ। କାହିଁକି ନା, ଏମିତି ଅନେକ ରାସାୟନିକ ପଦାର୍ଥ ଅଟା ଚକଟାରେ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଯଦି ଆପଣ ବଳକା ଅଟା ଚକଟାକୁ ଫ୍ରିଜରେ ଷ୍ଟୋର କରୁଛନ୍ତି, ତ ଫ୍ରିଜର ହାନିକାରକ ଗ୍ୟାସ୍ ଏଥିରେ ପ୍ରବେଶ କରିଥାଏ। ଏହା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ।

ପେଟ ଗୋଳମାଳ ହେବା: ଓଦା ଅଟାରେ ଫର୍ମେଣ୍ଟେଶନ ପ୍ରୋସେସ୍‌ ସାଧାରଣ ଅଟା ତୁଳନାରେ ଜଲ୍‌ଦି ଆରମ୍ଭ ହୋଇଯାଏ, ଯେଉଁ କାରଣରୁ ଅଟା ଚକଟାରେ ବ୍ୟାକ୍ଟେରିଆ ବଢ଼ିବା ଆରମ୍ଭ କରି ଦିଅନ୍ତି। ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତି ପହଞ୍ଚାଇ ପାରେ। ଏଥିରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ।

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ: ଗହମ ଏକ କଠିନ ଖାଦ୍ୟଶସ୍ୟ, ଯେଉଁଥିରୁ ପ୍ରସ୍ତୁତ ରୁଟି ପେଟ ଭିତରକୁ ଯାଇ ଧୀରେ ଧୀରେ ହଜମ ହେବାକୁ ଲାଗିଥାଏ। ଏମିତିରେ ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନଙ୍କୁ ରୁଟି ହଜମ କରିବା କଷ୍ଟକର ହୋଇପଡ଼େ। ବାସି ଅଟାର ରୁଟି ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହେବାକୁ ଲାଗିଥାଏ। ତେଣୁ ଆପଣ ଯଥା ସମ୍ଭବ ବାସି ଅଟା ଚକଟାର ରୁଟି ଖାଇବାଠୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କୁ ଏକଦମ୍‌ ରୋଗିଣା କରି ଦେବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.