ରକ୍ତରେ ଅକ୍ସିଜେନ୍‌ର ଅଭାବ ଦୂର କରିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏସବୁ ଜିନିଷ

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଯଦି ଆପଣ ରକ୍ତରେ ଅକ୍ସିଜେନ୍‌ର ସ୍ତରକୁ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଡାଏଟ୍‌ରେ କିଛି ପରିବର୍ତ୍ତନ କରିବା ନିହାତି ଜରୁରୀ। ଡାଏଟ୍‌ରେ ମାତ୍ର ଅଳ୍ପ କିଛି ପରିବର୍ତ୍ତନ କଲେ ଆପଣଙ୍କ ରକ୍ତରେ ସହଜରେ ଅକ୍ସିଜେନ୍‌ର ସ୍ତର ବଢ଼ିପାରିବ। ସୂଚନାଯୋଗ୍ୟ ଯେ ଡାଏଟ୍‌ରେ ୮୦ ପ୍ରତିଶତ ଆଲକାଲାଇନ୍‌ଯୁକ୍ତ ଖାଦ୍ୟ ଗ୍ରହଣ କଲେ ରକ୍ତରେ ଅକ୍ସିଜେନ୍‌ ସ୍ତର ବଢ଼ିପାରିବ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇଲେ ବ୍ଲଡ୍‌ରେ ଅକ୍ସିଜେନ୍‌ ଲେବଲ ବୃଦ୍ଧି ପାଇବ…

ଡାଏଟ୍‌ରେ ସାମିଲ କରନ୍ତୁ ନାସପାତି, ସପୁରୀ ଓ କିସ୍‌ମିସ୍‌ :

ଅକ୍ସିଜେନ୍‌ ଅଭାବ ଦୂର କରିବା ପାଇଁ ଆପଣ ଡାଏଟ୍‌ରେ ନାସପାତି, ସପୁରୀ ଓ କିସ୍‌ମିସ୍‌ ସାମିଲ କରିପାରିବେ। ଏସବୁ ଜିନିଷର ପିଏଚ୍‌ ଭ୍ୟାଲ୍ୟୁ ୮.୫। ଏଥିସହ ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ ବି ଓ ସି ସହ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି।

ଅକ୍ସିଜେନ୍‌ର ମାତ୍ରା ବୃଦ୍ଧି କରିବ ଲେମ୍ବୁ:

ରକ୍ତରେ ଅକ୍ସିଜେନ୍‌ର ମାତ୍ରା ବୃଦ୍ଧି କରିବାକୁ ଆପଣ ଲେମ୍ବୁ ମଧ୍ୟ ଖାଇପାରିବେ। ଥଣ୍ଡା, କାଶ, ସର୍ଦ୍ଦି ବେଳେ ଲେମ୍ବୁ ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଲେମ୍ବୁ ଲିଭର ପାଇଁ ମଧ୍ୟ ବେଶ୍‌ ଭଲ ହୋଇଥାଏ।

ଅମୃତଭଣ୍ଡା ଓ ଆମ୍ବ ବି ଲାଭଦାୟକ:

ରକ୍ତରେ ଅକ୍ସିଜେନ୍‌ର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ ଅମୃତଭଣ୍ଡା ସେବନ କରନ୍ତୁ। ରକ୍ତରେ ଅକ୍ସିଜେନ୍‌ର ସ୍ତରକୁ ବଢ଼ାଇବାକୁ ଆପଣ ଆମ୍ବ ମଧ୍ୟ ଖାଇପାରିବେ। ଏହା ଅକ୍ସିଜେନ୍‌ର ଏକ ଭଲ ସ୍ରୋତ। ଏହି ଦୁଇଟି ଫଳ କିଡ୍‌ନୀକୁ ସଫା କରିବାରେ ମଧ୍ୟ ବେଶ୍‌ ସାହାଯ୍ୟ କରିଥାଏ। ପ୍ରତିଦିନ ଅମୃତଭଣ୍ଡା ଓ ଆମ୍ବ ଖାଇଲେ ରକ୍ତରେ ଅକ୍ସିଜେନ୍‌ର ଅଭାବ ଦୂର ହେବ।

ଏସବୁ ଜିନିଷ ବି ଖାଇପାରିବେ:

ରକ୍ତରେ ଅକ୍ସିଜେନ୍‌ର ଅଭାବ ଦୂର କରିବା ପାଇଁ ଆପଣ ଗାଜର, ଖଜୁରୀ, ଜାମୁକୋଳି, କଦଳୀ, ରସୁଣ ଓ ଜୁଆଣି ମଧ୍ୟ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.