Below header

ପଣସ ଖାଇବା ପରେ କେଉଁ ଜିନିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ନୁହେଁ, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କଣ କ୍ଷତି ହୋଇଥାଏ

ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ ଲୋକମାନେ ପାଚିଲା ପଣସ ସହ କଞ୍ଚା ପଣସ ମଧ୍ୟ ଖାଇବା ପାଇଁ ଭଲ ପାଇଥାନ୍ତି । କାରଣ ପଣସରେ ପୋଟାସିୟମ୍‌, ଆଇରନ୍‌, କ୍ୟାଲସିୟମ୍‌,ଜିଙ୍କ, ଭିଟାମିନ୍‌ - A ଓ ଭିଟାମିନ୍‌ – C ଭଳି ଅନେକ ଜିନିଷ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଆପଣମାନେ ଏହା ଜାଣିଛନ୍ତି କି ପଣସ ଖାଇବା ପରେ କିଛି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଆପଣମାନେ ତ ଅନେକ ପ୍ରକାରର ପନିପରିବା ଖାଇଥିବେ । ହେଲେ କଞ୍ଚା ପଣସ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ ଲୋକମାନେ ପାଚିଲା ପଣସ ସହ କଞ୍ଚା ପଣସ ମଧ୍ୟ ଖାଇବା ପାଇଁ ଭଲ ପାଇଥାନ୍ତି । କାରଣ ପଣସରେ ପୋଟାସିୟମ୍‌, ଆଇରନ୍‌, କ୍ୟାଲସିୟମ୍‌,ଜିଙ୍କ, ଭିଟାମିନ୍‌ – A ଓ ଭିଟାମିନ୍‌ – C ଭଳି ଅନେକ ଜିନିଷ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଆପଣମାନେ ଏହା ଜାଣିଛନ୍ତି କି ପଣସ ଖାଇବା ପରେ କିଛି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କାରଣ ପଣସରେ ଅକ୍ସାଲେଟ୍‌ ନାମକ ରାସାୟନିକ ପଦାର୍ଥ ଯାହା କଞ୍ଚା ଫଳରେ ମିଳିଥାଏ । ଅକ୍ସାଲେଟ୍‌ କିଛି ଖାଦ୍ୟ ସାମଗ୍ରୀ ସହ ମିଶି ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ପଣସ ଖାଇବା ପରେ କେଉଁ କେଉଁ ଜିନିଷ ଖାଇବେ ନାହିଁ ଓ ଏହାକୁ ଖାଇବା ଦ୍ୱାରା ଶରୀରରେ କଣ କ୍ଷତି ହୋଇଥାଏ ।

ଅମୃତଭଣ୍ଡା :
ପଣସ ଖାଇବା ପରେ କେବେ ହେଲେ ମଧ୍ୟ ଅମୃତଭଣ୍ଡା ଖାଆନ୍ତୁ ନାହିଁ । କାରଣ ପଣସରେ ଅକ୍ସାଲେଟ୍‌ ନାମକ ରାସାୟନିକ ପଦାର୍ଥ ମିଳିଥାଏ । ଅକ୍ସାଲେଟ୍‌ ଅମୃତଭଣ୍ଡାରେ ଥିବା କ୍ୟାଲସିୟମ୍‌ ସହ ମିଶି ରିଆକ୍ସନ କରାଇଥାଏ। ଏହା କ୍ୟାଲସିୟମ୍‌ର ଅବଶୋଷଣ କ୍ଷମତାକୁ କମ କରିଥାଏ । ଯାହା ଆପଣଙ୍କ ହାଡ ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ ପ୍ରାୟ ୨ ରୁ ୩ ଘଣ୍ଟା ପରେ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଉଚିତ ହୋଇଥାଏ ।

ପାନ :
ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଇବା ପରେ ପାନ ଖାଇବା ପାଇଁ ପସନ୍ଦ କରିଥାନ୍ତି । ପାନ ଖାଇବା ପେଟ ପାଇଁ ଠିକ୍‌ ହୋଇଥାଏ । ହେଲେ ପଣସ ଖାଇବା ପରେ ପାନ ଖାଇବା ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ପଣସରେ ଥିବା ଅକ୍ସାଲେଟ୍‌ ପାନ ସହ ମିଶି ରିଆକ୍ସନ ସୃଷ୍ଟି କରିପାରେ । ସେଥିପାଇଁ ପଣସ ଖାଇବା ପରେ ପ୍ରାୟତଃ ୨ ରୁ ୩ ଘଣ୍ଟା ପରେ ପାନ ଖାଇପାରିବେ ।

ଭେଣ୍ଡି :
ପଣସ ସହ ଭେଣ୍ଡି ମିଶାଇ ଖାଇବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । କାରଣ ଭେଣ୍ଡି ଓ ପଣସରେ ଏପରି କିଛି ଜିନିଷ ମିଳିଥାଏ, ଯାହା ଏକା ସହ ମିଶିବା ପରେ ତ୍ୱଚାରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ । ଭେଣ୍ଡିରେ ଥିବା କିଛି ପଦାର୍ଥ ପଣସରେ ମିଳୁଥିବର ଅକ୍ସାଲେଟ୍‌ ସହ ମିଶି ରିଆକ୍ସନ କରିପାରେ । ଯାହାଫଳରେ ତ୍ୱଚା ପୋଡିବା ଓ କୁଣ୍ଡାଇ ହେବା ଭଳି ସମସ୍ୟା ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ ଭେଣ୍ଡି ଖାଇବା ଠିକ୍‌ ନୁହେଁ ।

କ୍ଷୀର :
ପଣସ ଖାଇବା ପରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏପରି କରିବା ଦ୍ୱାରା ତ୍ୱଚାରେ ଧଳା ଦାଗ ହେବା ସହ ଅନ୍ୟ ସମସ୍ୟା ମଧ୍ୟ ହୋଇପାରେ । କାରଣ ପଣସରେ ଥିବା ଅକ୍ସାଲେଟ୍‌ କ୍ଷୀରରେ ମିଶିବା ପରେ ରିଆକ୍ସନ ହୋଇପାରେ । ସେଥିପାଇଁ ପଣସ ଖାଇବା ପରେ କ୍ଷୀର ପିଇବା ଉଚିତ୍‌ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.