ବ୍ଲଡ୍‌ ସୁଗାର, ଡାଇବେଟିସ୍‌ ଏବଂ ଓଜନକୁ ନିୟନ୍ତ୍ରିତ ରଖିଥାଏ କଲରା, ଥରେ ଏହାର ଫାଇଦା ବିଷୟରେ ଜାଣନ୍ତୁ

କଲରାରେ ଭିଟାମିନ୍‌ ଏ, ବି, ସି, କ୍ୟାରୋଟିନ୍‌, ଆଣ୍ଟିଅକ୍ସିଡେଣ୍ଟ, ବୀଟା କ୍ୟାରୋଟିନ୍‌, ଆଇରନ୍‌, ଜିଙ୍କ, ମ୍ୟାଗ୍ନେସିୟମ ଭଳି ଖଣିଜ ତତ୍ତ୍ୱ ରହିଥାଏ। ଏହାକୁ ଭାଜି, ଆଚାର, ସାଲାଡ୍‌, ଜୁସ୍‌, ଚିପ୍ଦ ଭାବରେ ଖିଆଯାଏ। ଆପଣ ପ୍ରାୟ ସମସ୍ତେ ଜାଣିଥିବେ କଲରା ଆମ ଶରୀର ପାଇଁ ବହୁତ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

ଚର୍ମ ରୋଗ :

କଲରାକୁ ବାଟି ତାହାର ପେଷ୍ଟକୁ ଯାଦୁ, କାଛୁ, କୁଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇବା ଆପଣଙ୍କ ଚର୍ମ ରୋଗ ପାଇଁ ଲାଭକାରୀ ହୋଇଥାଏ।

ମଧୁମେହ :

କଲରାକୁ ଅଧଘଣ୍ଟା ପାଣିରେ ଫୁଟାନ୍ତୁ। ଏହି ପାଣିରେ ପାଦ ବୁଡାଇ ବସିବା ଦ୍ୱାରା ସୁଗାର ନିୟନ୍ତ୍ରଣରେ ରହିଥାଏ।

diabetesଓଜନ ହ୍ରାସ :

କମ୍‌ ତେଲରେ କଲରାକୁ ଭାଜି କିମ୍ବା ତରକାରୀ କରି ଖାଇବା କିମ୍ବା ସିଝା କଲରା, ଜୁସ୍‌ ଆଦି ଶରୀରରେ ଚର୍ବୀର ମାତ୍ରାକୁ କମ୍‌ କରିଥାଏ। ମୋଟାପଣରେ ଏହାକୁ ଲେମ୍ବୁ ରସ ସହିତ ନେବା ଦ୍ୱାରା ଲାଭ ମିଳିଥାଏ।

ଏହାସହ ପଢନ୍ତୁକଦଳୀ ଏବଂ କ୍ଷୀରରେ ଏମିତି ବନାନ୍ତୁ ଫେସ୍‌ ମାସ୍କ, ସୁନା ଭଳି ଚମକିବ ଆପଣଙ୍କ ତ୍ୱଚା

ଶ୍ୱାସ ରୋଗ :

ଦୁଇ ଚାମଚ କଲରା ରସ, ତୁଳସୀ ପତ୍ର ରସ ଏବଂ ମହୁ ମିଶାଇ ରାତିରେ ପିଇବା ଦ୍ୱାରା ଫାଇଦା ମିଳିଥାଏ।

diabetesପାଟିରେ ଛ।ଲ ବାହାରିବା :

ଏହି ସମସ୍ୟାରେ ପୀଡିତ ହୋଇଥିଲେ କଲରା ରସରେ କୁଳି କରିବା ଦ୍ୱାରା ପାଟିରେ ବାହାରୁଥିବା ଛାଲି କମ୍‌ ହୋଇଯାଏ।

ପେଟରେ ବ୍ୟାକ୍ଟିରିଆ :

କଲରା ପତ୍ର ରସକୁ ଏକ ଗ୍ଲାସ ଛାଞ୍ଚ ସହିତ ପିଅନ୍ତୁ। ଏପରି କଲେ ଆପଣଙ୍କର ପେଟ ସମ୍ବନ୍ଧୀୟ ରୋଗ ଭଲ ହୋଇଥାଏ।