ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ

ଭୁବନେଶ୍ବର(କେନ୍ୟୁଜ୍): ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ । ବର୍ଷର ଚାରିଟି ପବିତ୍ର ମାସ ମଧ୍ୟରୁ ଏହା ହେଉଛି ଅନ୍ୟତମ । ରମଜାନ ପରେ ଏହା ଦ୍ୱିତୀୟ ପବିତ୍ର ମାସ । ଏହି ମାସରେ ମୁସଲମାନମାନେ ଉପବାସ ପାଳନ କରିଥାନ୍ତି । ଶିୟା ମୁସଲମାନମାନେ ମାସ ସାରା ରୋଜା ପାଳନ କରିଥାନ୍ତି । ସୁନ୍ନୀମାନେ ପ୍ରଥମ ଦଶ ଦିନ ରୋଜା ରଖନ୍ତି । ମହରମ୍‌ ପାଇଁ ଉତ୍ସବମୁଖର ଭଦ୍ରକ ସହର । ରଙ୍ଗ ବେରଙ୍ଗର ଆଲୋକରେ ସଜେଇ ହୋଇଛି ପୁରୁଣା ବଜାରର ସବୁ ମସଜିଦ୍‌ । ମହରମ୍‌ ଉପଲକ୍ଷେ କାଫେଲା ଶୋଭାଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ବିଭିନ୍ନ ସାହିରୁ ପ୍ରାୟ ୪୧ଟି କାଫେଲା ବାହାରିବ । ତେବେ ଏହି ମହରମକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପ୍ରାୟ ୨୨ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଛି । ସେହିପରି ଦୁଇ ଜଣ ଅତିରିକ୍ତ ଏସ୍‌ପି, ୧୬୭ ଜଣ ସବ୍‌ ଇନ୍ସପେକ୍ଟର, ଏଏସ୍‌ଆଇ, ୨୦ ଜଣ ଇନ୍ସପେକ୍ଟର , ୭ ଜଣ ଡିଏସପିଙ୍କ ସହ ମୋବାଇଲ୍‌ ଟିମ୍‌, ଡ୍ରୋନ୍‌ କ୍ୟାମେରା ଏବଂ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.