କେଶର ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ଦେବ ମୁଲତାନି ମାଟି ହେୟାର ପ୍ୟାକ, ଘରେ ଆପଣ ଆରାମରେ ଟ୍ରାଏ କରିପାରିବେ…

ଗରମ ଦିନରେ ତ୍ୱଚା ସହିତ କେଶର ବି ସ୍ୱତନ୍ତ୍ର ଧ୍ୟାନ ରଖିବା ନିହାତି ଆବଶ୍ୟକ । ନଚେତ ଲଗାତାର ଧୂଳି ମାଟି ଆଦି ସଂସ୍ପର୍ଶରେ ଆସି କେଶ ଡ୍ରାଏ, ଅଏଲି ହେବା ସହିତ ରୁପି ବି ଭର୍ତ୍ତି ହୋଇଯାଏ । ଏମିତିରେ ଆପଣ କୌଣସି ହେୟାର କେୟାର ପ୍ରଡକ୍ଟ ବଦଳରେ ଘରୋଇ ଚିକିତ୍ସା ଆପଣେଇ ପାରିବେ । ଏମିତିକି ଆପଣ ଘରେ ପ୍ରସ୍ତୁତ କରି କୌଣସି ପ୍ୟାକ ବି ଲଗେଇ ପାରିବେ । ଆଉ ଏଥିପାଇଁ ସବୁଠାରୁ ସହଜ ଆଉ ସୁବିଧାଜନକ ଉପାୟ ହେଉଛି ମୁଲତାନି ମାଟି । ଯାହା କେଶକୁ ମୂଳରୁ ପୋଷକ ତତ୍ତ୍ୱ ଯୋଗାଇବା ସହିତ ତାହାକୁ ଲମ୍ବା, ଘନ, ମଜବୁତ ତଥା ମୁଲାୟମ କରିଥାଏ । ତେବେ ଆସନ୍ତୁ ମୁଲତାନି ମାଟିରେ ସେୟାର ପ୍ୟାକ କରିବାର ଉପାୟ:

କେଶ ଝଡ଼ିବା ରୋକିବା ପାଇଁ:

ଏଥିପାଇଁ ଏକ ଗିନାରେ ୧ ଚାମଚ ମୁଲତାନି ମାଟି ଓ ଦହି ମିଶାନ୍ତୁ । ଏବେ ସେଥିରେ ଅଧା ଚାମଚ ଗୋଲମରିଚ ଗୁଣ୍ଡ ଓ ପାଣି ମିଶାଇ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ହାତ ସାହାଯ୍ୟରେ ସ୍କାଳ୍ପରେ ଲଗାଇ ୨୦ ମିନିଟ ଛାଡି ଦିଅନ୍ତୁ । ଏହା ପରେ ମାଇଲଡ ସାମ୍ପୁରେ କେଶ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ କେଶ ଲମ୍ବା, ଘନ ତଥା କଳା ହେବ । ଭଲ ରେଜଲ୍ଟ ପାଇବା ପାଇଁ ସପ୍ତାହକୁ ଅନ୍ତତଃ ଥରେ ଏହି ମାସ୍କ ମୁଣ୍ଡରେ ଲଗାନ୍ତୁ ।

hair pack

ଡ୍ରାଏ କେଶ ପାଇଁ;

ଯଦି ଆପଣଙ୍କ କେଶ ଡ୍ରାଏ ତେବେ ବି ଆପଣ ମୁଲତାନି ମାଟି ହେୟାର ମାସ୍କ ପ୍ରସ୍ତୁତ କରି ଲଗାଇ ପାରିବେ । ଏଥିପାଇଁ ଗୋଟେ ଗିନାରେ ଗୋଟେ ଚାମଚ ମୁଲତାନି ମାଟି, କିଛି ରାଶି ତେଲ ଓ କିଛି ଦହି ମିଶାନ୍ତୁ । ପ୍ରସ୍ତୁତ ହୋଇଥିବା ଏହି ପେଷ୍ଟକୁ ସ୍କାଳ୍ପରୁ ପୁରା କେଶରେ ଲଗାନ୍ତୁ । ୨୦ ମିନିଟ ପରେ ଧୋଇ ଦିଅନ୍ତୁ । ପରେ ମାଇଲଡ ଶାମ୍ପୁରେ କେଶ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା କେଶ ନରମ ହେବା ସହିତ ମଜବୁତ ବି ହେବ ।

ଅଏଲି କେଶ ପାଇଁ:

ଯଦି ଆପଣଙ୍କର ତେଲିଆ କେଶ ତେବେ ମୁଲତାନି ମାଟିରେ ଲେମ୍ବୁ ରସ ମିଶାଇ ଲଗାଇ ପାରିବେ । ଏଥିପାଇଁ ଗୋଟେ ଗିନାରେ ୪ ଚାମଚ ମୁଲତାନି ମାଟି, ଗୋଟିଏ ଲେମ୍ବୁରା ରସ ସହିତ ଆବଶ୍ୟକତା ଅନୁସାରେ ପାଣି ମିଶାଇ କେଶରେ ଲଗାନ୍ତୁ । ଧୀରେ ଧୀରେ ଏହାକୁ ମାଲିସ କରିବେ । ଏହା ଦ୍ୱାରା କେଶରେ ଅତ୍ୟଧିକ ତେଲିଆ ପଣ ବାହାରି ଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.