Below header

ଛୋଟ ଛୋଟ କଥାରେ ଆସୁଛି କି ରାଗ ? ତାହେଲେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

କ୍ରୋଧକୁ ଆୟତ୍ତ କରିବା ମଣିଷର ସବୁଠାରୁ ବଡ ଦୁର୍ବଳତା ଅଟେ । ଅନେକ ଥର ଆପଣ କ୍ରୋଧ କାରଣରୁ ନିଜର ସବୁଠାରୁ ପ୍ରିୟ ବସ୍ତୁ ହରାଇ ବସିଥିବେ । ଯାହାକୁ ଆପଣ ପରେ ଭାବି ଅନୁତାପ କରିଥିବେ କିନ୍ତୁ ହଜାର ଥର ଅନୁତପ୍ତ ହେଲେ ମଧ୍ୟ ସେହି ବସ୍ତୁ ଆଉ କେବେବି ଫେରି ଆସିପାରେ ନାହିଁ । ଏହାଦ୍ୱାରା ଆପଣ କିମ୍ବା ଆପଣଙ୍କ ପରିବାରରେ ଦୁଃଖର ମାହୋଲ ସୃଷ୍ଟି ହେଉଥିବ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଏପରି ଉପାୟ ଦିଆଯାଇଛି ଯାହାର ଉପଯୋଗ କରି ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିପାରିବେ ।

Image result for deep red color in room

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ଅଧିକ ରାଗ ଆସୁଛି ତାହେଲେ ଆପଣ ନିଜ ଘରେ ନାଲି ରଙ୍ଗର ବ୍ୟବହାର କମ କରିବାକୁ ପଡିବ । ଯେପରିକି ଘରେ ବେଡ଼ସିଟ, କଭର ଏବଂ ପରଦା ଗୁଡିକ ଲାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ । କାରଣ ଏହି ରଙ୍ଗ ଆପଣଙ୍କ କ୍ରୋଧ ବା ରାଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।

angry

ବାସ୍ତୁ କହିଥାଏ ମଇଳା ଦ୍ୱାରା ବେଶୀ କ୍ରୋଧ ଆସିଥାଏ । ସେଥିପାଇଁ ଆପଣ ଘରର ପ୍ରତି କୋଣ ଅନୁକୋଣକୁ ସଫା ରଖନ୍ତୁ । ଏହାଦ୍ୱାରା ଧୀରେ ଧୀରେ ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ଆସିଯିବ ।

angry

ବାସ୍ତୁ ଅନୁଯାୟୀ ଯଦି ପରିବାରର କୌଣସି ବ୍ୟକ୍ତିଙ୍କୁ ଅଧିକ ରାଗ ଆସିଥାଏ ତାହେଲେ ପୂର୍ବ ଦିଗରେ ପ୍ରତିଦିନ ଦ୍ବୀପ ଜଳାନ୍ତୁ । ଏହାଦ୍ୱାରା କ୍ରୋଧରୁ ମୁକ୍ତି ମିଳିଥାଏ ।

ଏହାସହ ପଢନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏକ ରହସ୍ୟମୟୀ ଗ୍ରହ, ଜାଣନ୍ତୁ ଜୀବନରେ ରାହୁର ଶୁଭ ଏବଂ ଅଶୁଭ ପ୍ରଭାବ

angry

କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାଦ୍ୱାରା ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିପାରିବେ । ଏହାଛଡା ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା କ୍ରୋଧ ସହିତ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.