ଅପରାଧ ଦୁନିଆରେ ରାଜ୍‌ କରୁଥିଲେ ଏହି କୁଖ୍ୟାତ ମହିଳା, ଥରହର ହେଉଥିଲା ସରକାର, ଜାଣନ୍ତୁ କିଏ ସେମାନେ

ଗ୍ୟାଙ୍ଗଷ୍ଟାର କଥା ଉଠିଲେ, ସମସ୍ତଙ୍କ ମନରେ ନିହାତି ରୂପେ ଜଣେ ପୁରୁଷର ଛବି ଆସିଥାଏ। କିନ୍ତୁ ଅପରାଧ ଦୁନିଆରେ ଏମିତି ହିଁ କିଛି ମହିଳା ଥିଲେ, ଯେଉଁମାନେ ପୋଲିସ ଓ ସରକାରଙ୍କ ନାକରେ ପାଣି ପିଆଇ ଦେଉଥିଲେ। ଆମେ ଆଜି ଆପଣଙ୍କୁ ସେହି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅବୈଧ ଧନ୍ଦା କାରଣରୁ ନିଜ ନାମକୁ କୁଖ୍ୟାତ ଅପରାଧୀଙ୍କ ତାଲିକାରେ ସାମିଲ କରିଛନ୍ତି।

crime2

ସନ୍ତୋକବେନ୍‌ ଜଡେଜା

ସନ୍ତୋକବେନ୍‌ ଜଡେଜା ଅପରାଧ ଦୁନିଆରେ ସେବେ ଆସିଥିଲେ, ଯେବେ ମିଲରେ କାମ କରୁଥିବା ତାଙ୍କ ସ୍ୱାମୀଙ୍କୁ ଲୋକାଲ ଗୁଣ୍ଡାମାନେ ହତ୍ୟା କରିଥିଲେ। ଏହି ଘଟଣା ପରେ ସେ ପୋଲିସ ପାଖକୁ ଯାଇ ନ ଥିଲେ, ବରଂ ନିଜେ ହିଁ ସ୍ୱାମୀଙ୍କ ହତ୍ୟାର ବଦଲା ନେଇଥିଲେ। ସେ କିଛି ଲୋକଙ୍କ ସହି ମିଶି ସ୍ୱାମୀଙ୍କ ହତ୍ୟାରେ ସାମିଲ ଥିବା ସମସ୍ତ ୧୪ଜଣ ଅଭିଯୁକ୍ତଙ୍କୁ ହତ୍ୟା କରିଥିଲେ। ଏହାପରେ ସନ୍ତୋକବେନ୍‌ କାଠିୟାଓ୍ଵାଡ୍‌ର ମାଫିଆ ବନିଯାଇଥିଲେ। ଅପରାଧ ଦୁନିଆକୁ ବାଦ୍‌ ଦେଲେ ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ। ଚିମନଭାଈ ପଟେଲଙ୍କ ନିକଟତର ବୋଲି କୁହାଯାଉଥିବା ସନ୍ତୋକବେନ୍‌ ଜନତା ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚନ ଜିତିବା ପରେ ୧୯୯୦ରୁ ୧୯୯୫ ପଯ୍ୟର୍ନ୍ତ ସେ ବିଧାୟକ ରହିଥିଲେ। ଟ୍ରାନ୍ସପୋର୍ଟ ବ୍ୟବସାୟରୁ ଆରମ୍ଭ କରି ରିୟଲ ଷ୍ଟେଟ୍‌ ବିଜିନେସ୍‌ ପଯ୍ୟର୍ନ୍ତ, ପ୍ରତ୍ୟେକ ଜାଗାରେ ସନ୍ତୋକବେନ୍‌ଙ୍କ ଦବ୍‌ଦବା ରହିଥିଲା।

crime4

 

ହିରୋଇନ୍‌ ଓରଫ୍‌ ରୁବିନା ସିରାଜ ସୈୟଦ୍‌

ହିରୋଇନ୍‌ ନାମରେ ଜଣାଶୁଣା ରୁବିନା ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛନ୍ତି। କୁହାଯାଏ କି, ରୁବିନାଙ୍କ ବ୍ୟକ୍ତିତ୍ୱ ବହୁତ ଚାର୍ମିଙ୍ଗ୍‌ ଥିଲା। ସେ ଛୋଟା ସକିଲଙ୍କ ଗ୍ୟାଙ୍ଗ ସଦସ୍ୟଙ୍କୁ ଜେଲ ଭିତରେ ହତିଆର, ଟଙ୍କା ଏବଂ ଖାଦ୍ୟ ସପ୍ଲାଇ କରୁଥିଲେ। ତାଙ୍କର ଅନେକ ବଡ଼ ଲୋକଙ୍କ ସହିତ କନେକ୍ସନ ଥିଲା। ସେମାନଙ୍କ ନିର୍ଦ୍ଦେଶରେ ରୁବିନା ଅନେକ ଅପରାଧ ଘଟାଉଥିଲେ।

ଏହାସହ ପଢନ୍ତୁ: ଏକ ବିଚିତ୍ର ଦେଶ, ଯେଉଁଠି ଲୋକେ ମୃତଦେହକୁ କରନ୍ତି ବିବାହ, ଏଥିପାଇଁ ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

crime5

ସୀମା ପରିହାର

୧୩ ବର୍ଷ ବୟସରେ ଅପହରଣ ହୋଇଥିବା ସୀମା ପରିହାର ଡକାୟତ ବନିଯାଇଥିଲେ। ସେହି ସମୟରେ ସେ ନିଜର ମଧ୍ୟ ଏକ ଗ୍ୟାଙ୍ଗ ଗଢ଼ିଥିଲେ। ନିଜ ଗ୍ୟାଙ୍ଗ ସହ ମିଶି ଅନେକ ହତ୍ୟା, ଅପହରଣ, ଚୋରି, ଲୁଣ୍ଠନ ଆଦି ଅପରାଧ ଘଟାଇଛନ୍ତି। ସୀମା, ଫୁଲନ ଦେବୀଙ୍କଠାରୁ ଏହି ପ୍ରେରଣା ପାଇଥିବା କହିଥିଲେ। ଟିଭି ଶୋ’ ବିଗ୍‌ ବସରେ ମଧ୍ୟ ସୀମା ନଜର ଆସିଥିଲେ। ବର୍ତ୍ତମାନ ସେ ସମାଜବାଦୀ ପାର୍ଟିର ସଦସ୍ୟ ଅଛନ୍ତି।

crime6

ଜେନାବାଈ ଦାରୁବାଲି

ଶସ୍ୟ ବୀଜ ଚୋରା ଚାଲାଣ ବ୍ୟବସାୟ ଆରମ୍ଭ କରିଥିବା ଜେନାବାଈ ମଦ କାରବାର ସହ ଅନେକ ବେଆଇନ କାଯ୍ୟର୍କଳାପରେ ନିଜ ଆସ୍ଥା ଜମାଇ ଦେଇଥିଲେ। ସେ ବିଭିନ୍ନ ଧନ୍ଦାରେ ଲିପ୍ତ ଥିଲେ। ଅଣ୍ଡରଓ୍ଵାଲ୍ଡର କରିମ୍‌ ଲାଲା ଓ ହାଜି ମସ୍ତାନଙ୍କ ଭଳି ଲୋକ ମୁମ୍ବାଇର ନାଗପାଡ଼ା ଇଲାକାରେ ଥିବା ତାଙ୍କ ଘରକୁ ଯିବାଆସିବା କରୁଥିଲେ। ଜେନାବାଈଙ୍କ ପାଦ ଏତେ ଆଗକୁ ବଢ଼ିଯାଇଥିଲା ଯେ ହାଜି ମସ୍ତାନ ତାଙ୍କୁ ଆପା ବୋଲି ଡାକୁଥିଲେ।