Below header

ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳି ପାରୁନାହାନ୍ତି ଆଦିବାସୀ, ଗୁଣି ଗାରେଡ଼ିକୁ ଭରସା କରି ରୋଗୀକୁ ଡାକ୍ତରଖାନାରୁ ଫେରାଇ ଆଣିଲେ ଲେକେ

ବାଂଶପାଳ (କେ ନ୍ୟୁଜ୍‌) : ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନାହାନ୍ତି ଆଦିବାସୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ପୁଣିଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତଳକାଦକଳା ପଞ୍ଚାୟତ ଉପରକାଦକଳା ଗାଁର ବନ୍ଦୁରୁ ମୁଣ୍ଡାଙ୍କ ପତ୍ନୀ ସୂର୍ଯ୍ୟମଣି ମୁଣ୍ଡାଙ୍କୁ ସପ୍ତାହ ତଳେ ଜ୍ୱର ହୋଇଥିବା ବେଳେ ପରିବାର ଲୋକେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ୩ରୁ ୪ ଦିନ ଚିକିତ୍ସିତ ହେବା ପରେ ସ୍ଥିତିରେ କୌଣସି ସୁଧାର ନଆସିବାରୁ ଗତକାଲି ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ ପରିବାରଲୋକେ । ଏହାପରେ ଗୁଣି ଗାରେଡ଼ିରେ ଭଲ ହୋଇଯିବେ ଭାବି ଜଣେ ଗୁଣିଆକୁ ଡାକି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.