ସାମସଙ୍ଗ ଲଞ୍ଚ କରିବ ଗ୍ୟାଲାକ୍ସି ଫୋଲ୍ଡର ଶସ୍ତା ଭର୍ସନ, ୨୫୬ ଜିବି ଷ୍ଟୋରେଜ ସହିତ ରହିଛି ଏହିସବୁ ଫିଚର୍ସ
![samsung galaxy fold2](https://knewsodisha.com/wp-content/uploads/2019/09/samsung-galaxy-fold2.jpg)
ଯଦି ଆପଣ ସାମସଙ୍ଗ ଫୋଲ୍ଡେବୁଲ ଫୋନର ଅପେକ୍ଷାରେ ଅଛନ୍ତି ଏବଂ ଅଧିକ ଦର କାରଣରୁ ଆପଣ ଏହି ଫୋନ କିଣିବା ପ୍ଳାନକୁ ରଦ୍ଦ କରିଦେଇଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ୬ ତାରିଖରେ ସାମସଙ୍ଗର ଫୋଲ୍ଡେବୁଲ ଫୋନ ‘ଗ୍ୟାଲାକ୍ସି ଫୋଲ୍ଡ’ ବଜାରକୁ ଆସୁଛି । ଏହାମଧ୍ୟ କୁହାଯାଇ ପାରିବ ଯେ ସାମସଙ୍ଗ ଗ୍ୟାଲାକ୍ସି ଫୋଲ୍ଡର ଏକ ଶସ୍ତା ଭର୍ସନ ଲଞ୍ଚ କରିବାକୁ ଯାଉଛି । ଯାହାର ଦର ପାଖାପାଖି ୧୦୦୦ଡ଼ଲାର ବା ୭୧,୬୦୦ ଟଙ୍କା ରହିବ । ବର୍ତ୍ତମାନ ସାମସଙ୍ଗ ଗ୍ୟାଲାକ୍ସି ଫୋଲ୍ଡର ଦର ୨୦୦୦ ଡ଼ଲାର ରହିଛି । ଗ୍ୟାଲେକ୍ସି ଫୋଲ୍ଡର ଶସ୍ତା ବ୍ୟାରିଏଣ୍ଟ ୨୫୬ ଜିବି ଷ୍ଟୋରେଜରେ ମିଳିବ ବୋଲି ସାମସଙ୍ଗ ମୋବାଇଲର ଏକ ରିପୋର୍ଟରେ କୁହାଯାଇଛି ।
ସାମସଙ୍ଗ ଗ୍ୟାଲାକ୍ସି ଫୋଲ୍ଡର ସ୍ପେସିଫିକେସନ
ଯଦି ଆମେ ସାମସଙ୍ଗ ଗ୍ୟାଲାକ୍ସି ଫୋଲ୍ଡର ସ୍ପେସିଫିକେସନ ବିଷୟରେ କହିବା ତାହେଲେ କମ୍ପାନୀ ଏହାର ପ୍ରୋସେସର ବିଷୟରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ କିନ୍ତୁ ଏହି ପ୍ରୋସେସର ୭nm ପ୍ରୋସେସରେ ପ୍ରସ୍ତୁତ କରାଯାଇଛି । କୁହାଯାଉଛି କି ଏଥିରେ କ୍ବାଲକୋମର ସ୍ନାପଡ୍ରାଗନ ୮୫୫ ପ୍ରୋସେସର ରହିଛି । ଏହି ଫୋନରେ ୭.୩ ଇଞ୍ଚର ଇନଫିନିଟି ଫ୍ଲେକ୍ସ ଏମୋଲେଡ଼ ପ୍ରାଇମେରୀ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ 1562×2152 ପିକ୍ସଲ ଅଟେ ।
ଏହାସହ ପଢନ୍ତୁ ତୁରନ୍ତ ଆପଣଙ୍କ ଫୋନରୁ ଡିଲିଟ କରନ୍ତୁ ଏହି ପପୁଲାର ଆପ, ଜାଣିନିଅନ୍ତୁ କଣ ରହିଛି ସମସ୍ୟା
ଏବଂ ଅନ୍ୟ ଡ଼ିସପ୍ଲେ ୪.୬ଇଞ୍ଚର ସୁପର ଏମୋଲେଡ଼ ଡ଼ିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ 840×1960 ପିକ୍ସଲ ଅଟେ । ଫୋନର ଷ୍ଟୋରେଜ ଉପରକୁ ଆସିଲେ ଏଥିରେ ୧୨ ଜିବି ରାମ ସହିତ ୫୧୨ ଜିବିର ଷ୍ଟୋରେଜ ମିଳିବ ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ବଢାଯାଇ ପାରିବ ନାହିଁ । ଏହି ଫୋନରେ ଦୁଇଟି ବ୍ୟାଟେରୀ ଦିଆଯାଇଛି ଯାହାର କ୍ଷମତା ୪୩୮୦ mAh ଅଟେ ।
ସାମସଙ୍ଗ ଗ୍ୟାଲାକ୍ସି ଫୋଲ୍ଡରେ ରହିଛି ଛଅଟି କ୍ୟାମେରା
ଏହି ଫୋନରେ ସମୁଦାୟ ଛଅଟି କ୍ୟାମେରା ରହିଛି । ଯେଉଁଥିରେ ୩ଟି ଵ୍ୟାକସାଇଡ଼ରେ ରହିଥିବା ବେଳେ ୨ଟି ଭିତରେ ଏବଂ ଗୋଟିଏ ଫ୍ରଣ୍ଟରେ ରହିଛି । ଫୋନର ରିୟର ପ୍ୟାନେଲ ଉପରେ ପ୍ରଥମ ଲେନ୍ସ ୧୬ ମେଗାପିକ୍ସଲର ଅଲଟ୍ରା ସାଉଣ୍ଡ ଆଙ୍ଗେଲରେ ରହିଛି । ୧୨ମେଗାପିକ୍ସଲର ୱାଇଡ ଆଙ୍ଗେଲ ଲେନ୍ସ ଏବଂ ୧୨ ମେଗାପିକ୍ସଲର ଟେଲିଫୋଟୋ ଲେନ୍ସ ରହିଛି । ଏହା ସହିତ ଫୋନରେ ୧୦ ମେଗାପିକ୍ସଲ ଏବଂ ୮ ମେଗାପିକ୍ସଲର ଡୁଆଲ କ୍ୟାମେରା ସେଟଅପ ରହିଛି ଏବଂ ସେଲ୍ଫି କ୍ୟାମେରା ମଧ୍ୟ ୧୦ ମେଗାପିକ୍ସଲର ଅଟେ । ଏହାଦ୍ୱାରା ଆପଣ ଯେକୌଣସି ଆଙ୍ଗେଲରେ ମଧ୍ୟ ଫଟୋ ନେଇ ପାରିବେ ।