ଭଦ୍ରକ: ସାଧା ପୋଷାକରେ ପୋଲିସ ବାବୁଙ୍କ ଦବଙ୍ଗଗିରି, ଆଖଣ୍ଡଳମଣି ମନ୍ଦିର ସେବାୟତଙ୍କୁ ମାରିଲେ ମାଡ଼

ପୋଲିସ ବାବୁଙ୍କ ଦବଙ୍ଗଗିରି। ପୁଣି ସାଧା ପୋଷାକରେ ମନ୍ଦିର ଭିତରେ ସେବାୟତଙ୍କୁ ମାରିଛନ୍ତି ମାଡ଼। ଆରଡ଼ିର ବାବା ଆଖଣ୍ଡଳମଣି ପୀଠରେ ମନ୍ଦିର ଭିତରେ ପଶି ସେବାୟତଙ୍କୁ ମାଡ଼ ମାରିଛନ୍ତି ଧୁଷୁରୀ ଥାନା ଆରଡ଼ି ଫାଣ୍ଡିରେ ଥିବା କନେଷ୍ଟବଳ ମୋହନ କୁମାର ପୁହାଣ। ହାପ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧି ମନ୍ଦିରରେ ପଶିବା ପରେ ସେବାୟତଙ୍କୁ ଟାଣି ଆଣି ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଘଟଣାକୁ ଆଖଣ୍ଡଳମଣୀ ପୀଠର ସେବାୟତମାନେ ଦୃଢ ନିନ୍ଦା କରିବା ସହ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାଡ଼ର ଶିକାର ହୋଇଥିବା ସେବାୟତ ସଞ୍ଜୟ ପଣ୍ଡା ଏନେଇ ଅଭିଯୋଗ କରିଛନ୍ତି। ଏହି ସମୟରେ ଆରଡ଼ି ଫାଣ୍ଡି ଅଧିକାରୀ ମଧ୍ୟ ଉପସ୍ଥିତ ଥିବା କହିଛନ୍ତି। ଅଭିଯୋଗ ପରେ ଧୁଷୁରୀ ଥାନା ଆଇଆଇସି ତଦନ୍ତ କରିଛନ୍ତି।