Below header

ବାସ୍ତୁ ଟିପସ୍ : ପଢନ୍ତୁ କିପରି କରି ପାରିବେ ଟଙ୍କାର ସଂଚୟ !

ବାସ୍ତୁରେ ଏମିତି କିଛି ଉପାୟ ବିଷୟରେ ଜଣା ଯାଇଛି ଯାହା ମାନିବା ଦ୍ବାରା କୌଣସି ବି ବ୍ୟକ୍ତଙ୍କୁ ପଇସାର ଅଭାବ ଜଣା ପଡି ନଥାଏ । ସଦାସର୍ବଦା ଲୋକ ମାନଙ୍କୁ ଅଭିଯୋଗ ରହିଥାଏ କି, ପରିଶ୍ରମ କଲା ପରେ ମଧ୍ୟ କାହିଁକି ପାଖରେ ଧନର ଅଭାବ ଦେଖା ଦେଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଜାତକରେ ଥିବା ଅସୁବିଧା କାରଣରୁ ଏହି ସବୁ ସମସ୍ୟା ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ କି ପରି ମୁକ୍ତି ପାଇପାରିବା ।

ଧ୍ଯାନ ଦିଅନ୍ତୁ ଏହି ସବୁ କାମ ଉପରେ :

• ସବୁବେଳେ ସକାଳୁ ଉଠିବାକୁ ଚେଷ୍ଟା କରନ୍ତୁ । ଉଠିବା ପରେ ଦୁଇ ହାତ ଯୋଡି ଭଗବାନଙ୍କୁ ପ୍ରର୍ଥନା କରନ୍ତୁ ।

• ଭଗବାନ୍ ବିଷ୍ଣୁ ଙ୍କୁ ତୁଲସୀ ବହୁତ ପ୍ରିୟ ହୋଇଥାଏ । ଏବଂ ମାତା ଲକ୍ଷ୍ମୀ ସେଇମାନଙ୍କ ଉପରେ ତାଙ୍କ ଦୃଷ୍ଟି ରଖିଥାନ୍ତି ଯେଇଁ ମାନେ ସକାଳ ଏବଂ ସଂଞ୍ଜରେ ତୁଳସୀ ମୂଳେ ଦୀପ ଦେଇଥାଏ ।

• ସ୍ନାନ କରିବା ପରେ ତମ୍ବାର ଢାଳ ସାହାଯ୍ୟରେ ସୂର୍ୟ୍ୟ ରେଦବତାଙ୍କୁ ପାଣି ଚଢାଇବା ଦ୍ବାରା ଆପଣଙ୍କୁ ମାନ ସମ୍ମାନ ମିଳିଥାଏ ।

• ପ୍ରତ୍ୟେକ ଦିନ ସକାଳ ଏବଂ ସଞ୍ଜରେ ଘାର ଥିବା ମନ୍ଦିରରେ ଘିଅ ଦୀପ ଜଳାନ୍ତୁ ଏବଂ ପବିତ୍ର ଗଙ୍ଗା ଜଳକୁ ନେଇ ଘରର ସମସ୍ତ କୋଣରେ ଛିଚଂନ୍ତୁ ।

• ସପ୍ତାହର ପ୍ରତ୍ୟେକ ଶନିବାର ଏବଂ ମଙ୍ଗଳବାର ଦିନ ଶନି ଦେବ ଓ ମହାବୀରଙ୍କ ପାଖରେ ରାସି ତେଲର ଦୀପ ବସାନ୍ତୁ ଏହା ସହ ଗରିବ ମାନଙ୍କୁ ଦାନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.