ଲଞ୍ଚ ପୂର୍ବରୁ Honda Activa 5G ଲିମିଟେଡ ଏଡିସନ ର ଦାମ୍ ହେଲା ଲିକ୍, ଆରମ୍ଭ ହେଲାଣି ବୁକିଂ

ଜାପାନୀ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ ହୋଣ୍ଡା ଭାରତୀୟ ବଜାରରେ ନିଜର ନୂଆ Honda Activa 5Gର ଲିମିଟେଡ୍ ଏଡିସନକୁ ଲଞ୍ଚ କରିବାର ପ୍ରସ୍ତୁତି କରୁଛି। କିନ୍ତୁ ଏହା ପୂର୍ବରୁ ଏହି ସ୍କୁଟରର ଦାମ ଜଣାପଡିସାରିଛି। କମ୍ପାନୀ ଏହି ସ୍କୁଟରକୁ ଦୁଇ ଅଲଗା ଅଲଗା ଭେରିୟଣ୍ଟରେ ଲଞ୍ଚ କରିବେ, ଯେଉଁଥିରେ STD ଏବଂ DLX ସାମିଲ ଅଛି।

ନୂଆ Honda Activa 5G STD ଭେରିୟଣ୍ଟ ଦାମ ୫୫,୦୩୨ ଟଙ୍କା ଏବଂ DLX ଭେରିୟଣ୍ଟ ଦାମ ୫୬,୮୯୭ ଟଙ୍କା ହେବ। ରେଗୁଲାର ମଡେଲ ତୁଳନାରେ ସ୍କୁଟର ଦାମ ପାଖାପାଖି ୪୦୦ ଟଙ୍କା ଅଧିକ ହେବ। କମ୍ପାନୀର କିଛି ଡିଲରସିପ ଏହି ନୂଆ ସ୍କୁଟରର ବୁକିଂ ମଧ୍ୟ ଆରମ୍ଭ କରିଦିଆଯାଇଛି। ଏହାର ଡେଲିଭରୀ ଆଗାମୀ ସପ୍ତାହ ପର‌୍ୟ୍ୟନ୍ତ ଆରମ୍ଭ ହୋଇସାରିଛି।

hondaନୂଆ ଲିମିଟେଡ ଏଡିସନ Honda Activa 5Gକୁ କମ୍ପାନୀ ଡୁଆଲ ଟୋନ କଲରରେ ଲଞ୍ଚ କରାଗଲା।, ଯେଉଁଥିରେ ସିଲଭର ଏବଂ ବ୍ଲାକ୍ ସ୍କିମ୍ ଏବଂ ପର୍ଲ ହ୍ବାଇଟ୍ ଏବଂ ଗୋଲ୍ଡକୁ ସାମିଲ କରାଯାଇଛି। ଏହି ସ୍କୁଟରରେ ବ୍ଲାକ୍ ଆଉଟ ହ୍ବିଲ ପ୍ରୟୋଗ କରାଯାଇଛି। ସ୍କୁଟର ସାଇଡରେ ଲିମଟେଡ୍ ଏଡିସନର ସୁଧ ମଧ୍ୟ ଲାଗିବ।

କମ୍ପାନୀ ଏଥିରେ ୧୦୯.୧cc କ୍ଷମତାର ଇଞ୍ଜିନ ପ୍ରୟୋଗ କରାଯିବ। ଯାହା ପାୱାର ଏବଂ 9Nm ଟାର୍କ ଜେନେରେଟ କରିଥାଏ। କହିବାକୁ ଚାହିଁବୁ କମ୍ପାନୀ ଆକ୍ଟିଭାର ପରବର୍ତ୍ତୀ ମଡେଲ କାମ କରୁଛି। ଏହି ଜେନେରେସନରେ କମ୍ପାନୀ ଇଞ୍ଜିନ ପ୍ରୟୋଗ କରିବ। କମ୍ପାନୀ ଏହି ବର୍ଷ ଶେଷରେ ଲଞ୍ଚ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.