ମୋଦିଙ୍କୁ ଭେଟିଲେ ୱାଇଏସଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ

ନୂଆଦିଲ୍ଲୀ (କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ୱାଇଏସଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ। ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ଲୋକସଭା ଆସନରେ ବିପୁଳ ବିଜୟ ପରେ ମୋଦିଙ୍କୁ ଭେଟିଛନ୍ତି ଜଗନ। ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଜଣାଇଛନ୍ତି। ଏହା ସହ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ମେ ୩୦ରେ ବିଜୟୱାଡ଼ାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନ। ଆନ୍ଧ୍ର ବିଧାନସଭାରେ ଜଗନଙ୍କ ୱାଇଏସଆର କଂଗ୍ରେସ ୧୭୫ଟିରୁ ୧୫୧ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୫ଟି ଲୋକସଭା ଆସନରୁ ୨୨ଟି ଆସନ ଅକ୍ତିଆର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.