ଆପଣ ଜାଣିଛନ୍ତି କି, ଶରୀରରେ ଅଧିକ ହିମୋଗ୍ଲୋବିନର ମାତ୍ରା ହୋଇଥାଏ ହାନିକାରକ

ଶରୀରରେ କୌଣସି ପୋଷକର ମାତ୍ରା ଅଧିକ କିମ୍ବା କମ୍ ହେଲେ ତାହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଆପଣଜାଣି ଆଶ୍ଚର୍ଯ୍ଯ ହେବେ ଯେ ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ମଧ୍ୟ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଶରୀରରେ ଆଇରନର ପରିମାଣ କମ୍ ହେଲେ ହିମୋଗ୍ଲୋବିନ୍ ମଧ୍ୟ କମ୍ ହୋଇଥାଏ। ଏହିକାରଣରୁ ଏମିନିଆ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଅପରପାର୍ଶ୍ବରେ ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ତାହା ହିମୋକ୍ରୋମୋଟୋସିସର ଭଳି ସମସ୍ୟାର କାରଣ ପାଲଟିଥାଏ। ଆଜି ଆମେ ଆପଣଙ୍କୁ ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ କେଉଁ ସମସ୍ୟା ଦେଖାଦେଇଥାଏ ତାହା ବିଷୟରେ କହିବାକୁ ଯାଉଛୁ।

blood

-ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ପେଟ ଯନ୍ତ୍ରଣା ହେବା ସହ ପାଚନକ୍ରିୟାରେ ଅସୁବିଧା ଲାଗିଥାଏ। ଯଦି ଆପଣଙ୍କର ମଧ୍ୟ ଏହିଭଳି ସମସ୍ୟା ରହିଛି ତେବେ ଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ଶରୀରରେ ହିମୋଗ୍ଲୋବିନ୍ ର ପରିମାଣ ଅଧିକ ହେଲେ ଦାନ୍ତ ଏବଂ ନାକରୁ ରକ୍ତ ବାହାରିଥାଏ। ଏହା ମସ୍ତିଷ୍କରେ ମଧ୍ୟ ପ୍ରଭାବିତ କରିଥାଏ। ଏହାଦ୍ବାରା ଆଖିକୁ ସଠିକ୍ ଭାବେ ଦେଖା ନଯିବା ସହ କିଛି କାମ କରିବାପରେ ଦୁର୍ବଳ ଅନୁଭବ ହୋଇଥାଏ।

blod

ଶରୀରରେ କେତେ ପରିମାଣର ହିମୋଗ୍ଲୋବିନ୍ ରହିବା ଆବଶ୍ୟକ

ମହିଳାଙ୍କ ଶରୀରରେ ୧୨ ରୁ ୧୬ ଗ୍ରାମ ହିମୋଗ୍ଲୋବିନ୍ ରହିବା ଜରୁରୀ । ସେହିପରି ପୁରୁଷଙ୍କ ଶରୀରରେ ୧୪ ରୁ ୧୮ ଗ୍ରାମ ହିମୋଗ୍ଲୋବିନ୍ ରହିବା ଉଚିତ୍। ସେହିପରି ଗୋଟିଏ ମଧ୍ୟ ବୟସ୍କ ପୁଅର ଶରୀରରେ ୧୨.୪ ରୁ ୧୪.୯ ଗ୍ରାମ୍ ହିମୋଗ୍ଲୋବିନ୍ ଏବଂ ଝିଅ ଶରୀରରେ ୧୧.୭ ରୁ ୧୩.୮ ଗ୍ରାମ ହିମୋଗ୍ଲୋବିନ୍ ରହିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.