Below header

ସମର୍ଥକଙ୍କ ନାରା ମଧ୍ୟରେ ବିଜେଡ଼ିରେ ଯୋଗ ଦେଲେ ନବ ଦାସ

ଝାରସୁଗୁଡ଼ା (କେନ୍ୟୁଜ୍) : ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହେବ ବିଜେଡିର ବିଜୟ ଯାତ୍ରା । ଆଜି ବିଜେଡିରେ ଯୋଗଦେଇ ଏହା କହିଛନ୍ତି ନବ ଦାସ । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ଅମଲିପାଲି ସମାବେଶରେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ନବ ଦାସ । ଦଳରେ ଯୋଗ ଦେବା ପରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ବିକାଶ ହେଉଛି ।

naveen

ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ବିକାଶ ତ୍ୱରାନ୍ଵିତ ହେବ। ନବଙ୍କ ସହ ଝାରସୁଗୁଡ଼ାର ୮ ଜିଲ୍ଲାପରିଷଦ ସଭ୍ୟ,ସଭାପତି, ୫ ବ୍ଲକର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନବ ଦାସଙ୍କ ଯୋଗଦୋନ ପରେ ବିଜେଡି ଅଧିକ ଶକ୍ତିଶାଳୀ ହେବ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ନବ ଦାସ । ଆଜି ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ପରବର୍ତ୍ତୀ ସମୟରେ ନିଜେ ଯାଇ ବାଚସ୍ପତିଙ୍କୁ ବିଧିବଦ୍ଧ ଭାବେ ସାକ୍ଷାତ କରିବେ ବୋଲି କହିଛନ୍ତି ନବ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.