ଶରୀରର ଓଜନ ବଢ଼ାଇବା ପାଇଁ ନୀତିଦିନ ଖାଆନ୍ତୁ କଦଳୀ-କ୍ଷୀର, ମିଳିବ ଅନେକ ଫାଇଦା

କଦଳୀ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। କଦଳୀରେ ଅନେକ ଭିଟାମିନ ଓ ପୋଷକ ତତ୍ତ୍ୱ ଭରି ରହିଥାଏ । ଫାଇବରରେ ଭରପୂର ଥିବା କଦଳୀ କେବଳ ଶରୀରକୁ ଶକ୍ତି ପ୍ରଦାନ କରିନଥାଏ ଏହା ଶରୀରର ସମସ୍ତ ରୋଗରୁ ଆମକୁ ସୁରକ୍ଷା ଦେଇଥାଏ।

କଦଳୀ ଶରୀରକୁ କ୍ୟାଲସିୟମ, ଭିଟାମିନ-ଡି ପ୍ରଦାନ କରିଥାଏ। କିନ୍ତୁ ଅନେକ ଏହାକୁ ଖାଲିରେ ଖାଇବାକୁ ପସନ୍ଦ କରିନଥାନ୍ତି। ତେଣୁ ଏହାକୁ ଅନ୍ୟ ଖାଦ୍ୟରେ ମିଶାଇ ଖାଇଥାନ୍ତି। ବିଶେଷ କରି କ୍ଷୀରରେ କଦଳୀକୁ ମିଶାଇ ଖାଇବାକୁ ପ୍ରାୟ ପସନ୍ଦ କରିଥାନ୍ତି। ତେବେ କଣ ଏପରି କରିବା ଦ୍ୱାରା ଆମ ଶରୀରକୁ ଅଧିକ ଶକ୍ତି ମିଳେ? ଚାଲନ୍ତୁ ଜାଣିବା ଏହା ସମ୍ପର୍କରେ।

ବିଶେଷ କରି ଓଜନ ବଢ଼ାଇବା ପାଇଁ କଦଳୀ ଅନେକ ମାତ୍ରାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ବନାନା ମିଲ୍କ ସେକ ମଧ୍ୟ ସମସ୍ତଙ୍କୁ ପସନ୍ଦ। ଏହାକୁ ଅଲଗା କରି ଖାଇବା ଯେତିକି ପୋଷ୍ଟିକ ହୋଇଥାଏ ତାଠାରୁ ଅଧିକ ଫାଇଦା ଏହାକୁ ମିଶାଇ ଖାଇବା ଦ୍ୱାରା ମିଳିଥାଏ।

foodd
pc: krishi jagran

କ୍ଷୀରରେ ପ୍ରୋଟିନ, ଭିଟାମିନ, ରାଇବୋଫ୍ଳୋବିନ, ଭିଟାମିନ ବି ୧୨ ଭଳି ମିନେରାଲ୍ସ ରହିଥାଏ। ୧୦୦ ଗ୍ରାମ କ୍ଷୀରରେ ୪୨ କ୍ୟାଲୋରୀ ରହିଥାଏ। ଶାକାହାରୀଙ୍କ ପାଇଁ କ୍ଷୀର ପ୍ରୋଟିନର ସବୁଠୁ ଭଲ ସ୍ରୋତ। ଏହା ସହ କଦଳୀରେ ଭିଟାମିନ ବି୬ , ମାଙ୍ଗାନିଜ, ଭିଟାମିନ ସି, ଡାଇଟରୀ ଫାଇବର, ପୋଟାସିୟମ, ବାୟୋଟିନ ଭଳି ଭିଟାମିନ ଭରି ରହିଛି। ୧୦୦ ଗ୍ରାମ କଦଳୀରେ ୮୯ କ୍ୟାଲୋରୀ ରହିଥାଏ। ଏହାକୁ ଖାଇବା ପରେ ପେଟ ଭାରି ଭାରି ଲାଗିଥାଏ। ଏହାସହ ଶରୀରକୁ ଶକ୍ତି ମଧ୍ୟ ଅନୁଭୂତ ହୋଇଥାଏ। ତେବେ ଏଥିରେ ଥିବା କାର୍ବୋହାଇଡ୍ରେଟ ଓ୍ଵାର୍କଆଉଟ ବା ଜିମ ଯାଉଥିବା ଲୋକଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.