Below header

ଅତ୍ୟଧିକ ଖଟା ଖାଉଥିଲେ ହୋଇଯାନ୍ତୁ ସାବଧାନ! ଶରୀର ପାଇଁ ଖୁବ କ୍ଷତିକାରକ

ଆଜିକାଲି ପ୍ରାୟତଃ ସମସ୍ତେ ଚାଟ୍, ଗୁପ୍‌ଚୁପ୍ ଭଳି ଚଟପଟା ଖାଦ୍ୟ ଖାଇବାକୁ ଖୁବ ଭଲ ପାଇଥାନ୍ତି । କିନ୍ତୁ ଏଥିରେ ପଡୁଥିବା ଖଟା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କ୍ଷତି ବିଷୟରେ...

ଆଜିକାଲି ପ୍ରାୟତଃ ସମସ୍ତେ ଚାଟ୍, ଗୁପ୍‌ଚୁପ୍ ଭଳି ଚଟପଟା ଖାଦ୍ୟ ଖାଇବାକୁ ଖୁବ ଭଲ ପାଇଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ ଜାଣିବା ପରେ ମଧ୍ୟ ସମସ୍ତେ ଏହାକୁ ଖାଇଥାନ୍ତି । କିନ୍ତୁ ଏଥିରେ ପଡୁଥିବା ଖଟା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କ୍ଷତି ବିଷୟରେ…

ହଜମ ସମସ୍ୟା:
ଅତ୍ୟଧିକ ଖଟା ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହିପରି ଖାଦ୍ୟରେ ଏସିଡିଟି, ପେଟ ଯନ୍ତ୍ରଣା ଏବଂ ବାନ୍ତି ହେବାର ସମସ୍ୟା ଦେଖା ଯାଇଥାଏ । ଏଥିପାଇଁ ସବୁବେଳେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ, ଯାହା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ ।

କିଡ୍‌ନୀ ଉପରେ ଚାପ:
ଅଧିକ ଖଟା ଖାଇବା ଦ୍ୱାରା କିଡ୍‌ନୀ ଉପରେ ଚାପ ପଡ଼ିଥାଏ । କିଡ୍‌ନୀର କାମ ହେଉଛି ଫିଲ୍ଟର କରିବା ତେଣୁ ଏହା ଉପରେ ଚାପ ପଡ଼ିବା ଦ୍ୱାରା ଶରୀରରେ ଅନ୍ୟ ରୋଗ ହେବାର ଆଶଙ୍କା ବଢିଯାଇଥାଏ ।

ଦାନ୍ତର କ୍ଷତି:
ଖଟା ଖାଇବା ଦ୍ୱାରା ଏହାର ପ୍ରଭାବ ଦାନ୍ତରେ ଦେଖା ଯାଇଥାଏ । ବାସ୍ତବରେ, ଏହି ପରି ଜିନିଷଗୁଡ଼ିକ ଦାନ୍ତକୁ ଦୁର୍ବଳ କରିଦିଏ । ତେଣୁ ଦାନ୍ତକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଅଧିକ ଖଟା ଖାଦ୍ୟ ଖାଆନ୍ତୁ ନାହିଁ ।

ଉଚ୍ଚ ରକ୍ତଚାପ:
ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ, ସେମାନେ ଖଟା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହା ଶରୀରର ଯନ୍ତ୍ରଣାକୁ ବଢ଼ାଏ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ହୃଦରୋଗ:
ଭାରତରେ ହୃଦ୍‌ଘାତରେ ପୀଡ଼ିତ ଲୋକଙ୍କ ସଂଖ୍ୟା ବହୁତ ଅଧିକ । ଖଟା ଜିନିଷର ବ୍ୟବହାର ମଧ୍ୟ ହୃଦ୍‌ଘାତର ଅନ୍ୟତମ କାରଣ ବୋଲି ବିବେଚନା କରାଯାଏ । ଖଟା ଖାଦ୍ୟ ଖାଇବା ଦ୍ୱାରା ହୃଦ୍‌ରୋଗ ହେବାର ଆଶଙ୍କା ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.