ଗରମ ଦିନେ ଜାମୁ କୋଳିର ଏହି ୫ଟି ଫେସ୍‌ପ୍ୟାକ, ଚମକାଇବ ଆପଣଙ୍କ ତ୍ବଚା

ଅଧିକାଂଶ ଲୋକମାନେ ଗରମ ଦିନେ ତ୍ବଚାର ଯତ୍ନ ନେବା ପାଇଁ ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ମିନେରାଲ୍ସରେ ଭରପୁର ଥିବା ଜାମୁ କୋଳି ମାକ୍ସ ଆପଣଙ୍କ ତ୍ବଚାର ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରିଥାଏ। ଏହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ।

-ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ୧/୪ କପ ଜାମୁ କୋଳିକୁ ଅଲିଭ ଅଏଲରେ ମିଶାନ୍ତୁ। ଏହାପରେ ଏଥିରେ ଏକ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ତ୍ବଚାରେ ଲଗାଇ ୨୦ ମିନିଟ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏପରି ବ୍ୟବହାର କରିବା ଦ୍ବାରା ଆପଣ ତ୍ବଚାରେ ଚମକ ଦେଖିପାରିବେ।

Blueberry-ଜାମୁ କୋଳିରେ ଦହି ମିଶ୍ରଣ କରି ତ୍ବଚାରେ ବ୍ୟବହାର କରନ୍ତୁ। ଏହାକୁ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଏପରି ବ୍ୟବହାର କରିବା ଦ୍ବାରା ତ୍ବଚା ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନଥାଏ।

-ଜାମୁ କୋଳି ଏବଂ ଘି କୁଆଁରୀ ଫେଶପ୍ଯାକ ଆଖି ତଳେ ଥିବା କଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଜାମୁ କୋଳି ନେଇ ସେଥିରେ ଘି କୁଆଁରୀ ଜେଲ ସହ ମିଶାନ୍ତୁ। ଭଲଭାବେ ମିଶ୍ରଣ କରିବା ପରେ ଏହାକୁ ଆଖି ତଳେ ଲଗାଇ କିଛି ସମୟ ରଖନ୍ତୁ। ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ନିୟମିତ ରୂପେ ଏହାକୁ ବ୍ୟବହାର କରିବା ଦ୍ବାରା ଆଖି ତଳେ ଥିବା କଳା ଦାଗ ଦୂର ହୋଇଯାଇଥାଏ।

face mask-ଜାମୁ କୋଳିର ପାଉଡ଼ର ସହ ଓଟସ୍, ବାଦାମ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ତ୍ବଚାରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏହି ମାକ୍ସ ତେଲିଆ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ। ଲେମ୍ବୁରେ ଭିଟାମିନ-ସି ରହିଥିବାରୁ ଏହା ତ୍ବଚାକୁ କୋମଳ ରଖିବାରେ ସାହାଯ୍ୟ କରିଥାଏ।

-ହଳଦୀ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ଲାଭକାରୀ ହୋଇଥାଏ। ଜାମୁ କୋଳି ଏବଂ ହଳଦୀ ଗୁଣ୍ଡ ତ୍ବଚାରେ ହେଉଥିବା ବ୍ରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଜାମୁ କୋଳି ସହ ଏକ ଚାମଚ ହଳଦୀ ଗୁଣ୍ଡ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ନିୟମିତ ଏହି ଜାମୁ କୋଳିର ଏହି ପ୍ୟାକ ବ୍ୟବହାର କରିବା ଦ୍ବାରା ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.