Below header

ସାଙ୍ଗ ସହ ମିଶି ସ୍ତ୍ରୀକୁ ନିର୍ବସ୍ତ୍ର କରି ଓଲଟା ଝୁଲାଇଲା ସ୍ବାମୀ, ୨ ଦିନ ପର୍ଯ୍ୟନ୍ତ ରଖିଲା ବନ୍ଧକ

ବାବବାଡା : ଦୁନିଆ ଆଗକୁ ବଢ଼ିବା ସହ ବଢ଼ିଚାଲିଛି ବିଭିନ୍ନ ଅପରାଧ। ନିକଟରେ ରାଜସ୍ଥାନରେ ଘଟିଥିବା ଏକ ଲୋମହର୍ଷଣକାରୀ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ୭ଜଣଙ୍କ ସାଙ୍ଗଙ୍କ ସାମ୍ନାରେ ନିର୍ବସ୍ତ୍ର କରି ଓଲଟା ଝୁଲାଇ ଦେଇଥିଲେ। ଖାଲି ସେତିକି ନୁହଁ ଏହାପରେ ଲଗାତାର ୨ ଘଣ୍ଟା ପର୍ଯ୍ୟନ୍ତ ମହିଳାଙ୍କୁ ନିର୍ଯାତନା ଦେବା ସହ ଅଶ୍ଳିଳ କାମ କରିଥଲେ। ମହିଳାଙ୍କୁ ମାରପିଟ କରିଥିବା ସହ ଦୁଇ ଦିନ ବନ୍ଧକ ମଧ୍ୟ ରଖିଥିଲେ।

rape 2

ଏହି ଘଟଣା ରାଜସ୍ଥାନର ଝାବୁ ଜିଲ୍ଲାର ପାଟନରେ ଘଟିଛି। ଘଟଣା ବିଷୟରେ ମହିଳା ଜଣଙ୍କ ବୁଧବାର ଦିନ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏବେ ପୋଲିସ ତଦନ୍ତ କରୁଥିବା ବେଳେ ଏନେଇ ମହିଳାଙ୍କ ଡାକ୍ତରୀ ମାଇନା  କରିବା ସହ ଶୀଘ୍ର କୌଣସି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ମହିଳା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ସେ ତାଙ୍କ ଦୁଇ ଛୁଆ ସହ ନିଜ ବାପା ଘରକୁ ଆସିଥିଲେ। ୪ ଏପ୍ରିଲ ଦିନ ତାଙ୍କ ସ୍ବାମୀ ନିଜର ୭ଟି ସାଙ୍ଗ ସହ ଆସିବା ସହ ତାଙ୍କୁ ଏବଂ ଛୁଆଙ୍କ ସହ ନେଇଯାଥିଲେ। ଏହା ପରେ ପିଲାଙ୍କୁ ଜଣେ ସମ୍ପର୍କୀୟଙ୍କ ଘରେ ଛାଡି ତାଙ୍କୁ ନିଜ ସାଙ୍ଗରେ ନେଇଥିଲେ।

rape

ସେଠାରେ ପାଖାପାଖି ରାତି ୯ଟାରେ ସ୍ବାମୀ ତାଙ୍କ ସାଙ୍ଗମାନଙ୍କ ସହ ଆସିଥିଲେ। ମହିଳାଙ୍କୁ ଅନେକ ଗାଳି ଦେବା ସହ ତାଙ୍କୁ ନିର୍ବସ୍ତ୍ର କରି ଦେଇଥିଲେ। ଏହାପରେ ତାଙ୍କୁ ଓଲଟା ଟାଙ୍ଗିବା ସହ ତାଙ୍କୁ ମାରପିଟ କରିଥିଲେ। ମହିଳାଙ୍କୁ ସେମାନେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବନ୍ଧକ ରଖିଥିଲେ। ପରେ ମହିଳାଙ୍କ ପିତା ପୋଲସ ସାହାଯ୍ୟରେ ତାଙ୍କୁ ସେଠାରୁ ରକ୍ଷା କରିଥିଲେ। ତେବେ ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଏବଂ ତାଙ୍କ ସାଙ୍ଗମାନେ ଫେରାର ଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.